www.samajalive.in
Saturday, December 6, 2025
15.1 C
Bhubaneswar

ମନୁଆ ମଣିଷ: ଟ୍ରେନରେ ମିଳିଲା ନାହିଁ ସିଟ୍; ଘରକୁ ଫେରିବା ପାଇଁ ସବୁ ସଞ୍ଚୟ କାଢ଼ି କିଣିଲେ ପୁରୁଣା କାର୍

ଗୋରଖପୁର: କିଛି ମଣିଷ ବଡ଼ ମନୁଆ ଥାଆନ୍ତି । ମନକୁ ଯାହା ଆସିଲା ତାହା କରନ୍ତି । ଆଗପଛ ବିଚାରନ୍ତି ନାହିଁ କି କାହା କଥା ଶୁଣନ୍ତି ନାହିଁ । ସେମିତି ଗାଜିଆବାଦର ଜଣେ ରଙ୍ଗମିସ୍ତ୍ରୀ ଲଲ୍ଲନ । ତାଙ୍କ ଘର ଉତ୍ତରପ୍ରଦେଶର ଗୋରଖପୁର । ଲକ୍ଡ଼ାଉନ ଯୋଗୁଁ ଗାଜିଆବାଦରେ ଅଟକି ଯାଇଥିଲେ, ତା ପରେ ଟ୍ରେନ୍ ଚାଲିବା ବେଳକୁ ଘରକୁ ଯିବା ପାଇଁ ଢ଼େର ଚେଷ୍ଟା କଲେ । ହେଲେ ଶ୍ରମିକ ସ୍ପେସାଲ କି ସ୍ପେସାଲ ଟ୍ରେନ୍ କେଉଁଥିରେ ତାଙ୍କୁ ସିଟ୍ ମିଳିଲା ନାହିଁ । ଶେଷରେ ନିଜର ସମସ୍ତ ଉପାର୍ଜନକୁ ବ୍ୟାଙ୍କରୁ ଉଠାଇ ଏକ ପୁରୁଣା କାର କିଣି ପିଲାଙ୍କ ସହ ଗାଁକୁ ଫେରିଛନ୍ତି ଲଲ୍ଲନ ।

ତାଙ୍କ ପତ୍ନୀ କହନ୍ତି ଲଲ୍ଲନ ବଡ଼ ମନୁଆ । ସେ ଯାହା ବୁଝିଥିବେ ସେଇଆ । ତାଙ୍କୁ କେହି ବୁଝାଇ ପାରିବ ନାହିଁ । କରୋନା ଯୋଗୁଁ ଲକ୍ଡ଼ାଉନ ହୋଇଥିବାରୁ ଲଲ୍ଲନ ଘରୁ ଯାଇ ପାରୁ ନ ଥିଲେ । ସ୍ପେସାଲ ଟ୍ରେନରେ ଯିବା ପାଇଁ ବହୁତ ଉଦ୍ୟମ କଲେ । ମାତ୍ର ସମ୍ଭବ ହେଲା ନାହିଁ । ବ୍ୟାଙ୍କରେ ତାଙ୍କର ପାଖାପାଖି ଦୁଇ ଲକ୍ଷ ଟଙ୍କା ସଞ୍ଚୟ ଥିଲା । ସେ ସବୁ ଟଙ୍କାକୁ ଉଠାଇ ଆଣି ଜଣେ ପୁରୁଣା କାର୍ ବିକ୍ରେତାଙ୍କ ପାଖକୁ ଗଲେ । ତାଙ୍କୁ ଦେଢ଼ ଲକ୍ଷ ଦେଇ ଏକ ପୁରୁଣା କାର କିଣିଲେ ଓ ଗୋରଖପୁର ଅଭିମୁଖେ ବାହାରିପଡ଼ିଲେ । ୧୪ ଘଣ୍ଟାର ଯାତ୍ରା ପରେ ସେ ନିଜ ଘରେ ପହଞ୍ଚିଲେ । ଏବେ ସେ ପରିବାର ସହ କ୍ବାରେନଣ୍ଟାଇନରେ ଅଛନ୍ତି ।

- Advertisement -

ନିଜର ସମସ୍ତ ସଞ୍ଚୟ ହରାଇବା ସତ୍ତ୍ବେ ଲଲ୍ଲନ ବେଶ୍ ଖୁସି ଅଛନ୍ତି । ସେ କହିଛନ୍ତି ମୋ ଜୀବନର ସବୁ ସଞ୍ଚୟ କାର୍ କିଣିବାରେ ଲଗାଇଦେଲି । କିନ୍ତୁ ମୋ ପରିବାର ସୁରକ୍ଷିତ ଅଛି । ଆମେ ଅନେକ ଥର  ବସ୍ କିମ୍ବା ଟ୍ରେନରେ ଟିକେ ଜାଗା ପାଇବା ପାଇଁ ଚେଷ୍ଟା କଲୁ । ମାତ୍ର ସମ୍ଭବ ହେଲା ନାହିଁ ।  ବସରେ ବହୁତ ଭିଡ ହେଉଥିବାର ପରିବାର ସଂକ୍ରମିତ ହେବାର ଭୟ ରହୁଥିଲା । ତେଣୁ ଆମେ ନିରାପଦରେ ନିଜ ଗାଡ଼ିରେ ସୁରକ୍ଷିତ ଭାବରେ ଘରେ ପହଞ୍ଚିବାକୁ କାର୍ କିଣିବାକୁ ନିଷ୍ପତ୍ତି ନେଲି ବୋଲି ଲଲ୍ଲନ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories