www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ଅପଡେଟ୍ : ଆରୋଗ୍ୟ ହାର ୪୮. ୩୧% ; ତିଆରି ହେଲାଣି ୯୫୨କୋଭିଡ୍‍ ହସ୍ପିଟାଲ୍‍

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତ ଆରୋଗ୍ୟ ହାର  ୪୮. ୩୧%କୁ ବୃଦ୍ଧି ପାଇଛି ଏବଂ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷକୁ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ଭିତରେ ୪ହଜାର ୭୭୬ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ମୋଙ୍କ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୧ଲକ୍ଷ ୩୦୩କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ଦେଶରେ ୯୫୨ଟି କୋଭିଡ୍‍
ହସ୍ପିଟାଲ୍‍ ସ୍ଥାପନ କରାଯାଇଛି। ସେଗୁଡ଼ିକରେ ୧ଲକ୍ଷ ୬୬ହଜାର ୩୩୨ ପୃଥକ ଶଯ୍ୟା, ୨୧ହଜାର ୩୯୩ଟି ଆଇସିୟୁ. ଶଯ୍ୟା ଓ ୭୨ହଜାର
୭୬୨ଟି ଅମ୍ଳଯାନ ଯୁକ୍ତ ଶଯ୍ୟା ରହିଛି। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୧କୋଟି ୨୫ଲକ୍ଷ ଏନ-୯୫ ମାସ୍କ୍‍ ଓ ୧ କୋଟିରୁ
ଅଧିକ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଯୋଗାଇଛନ୍ତି।

ଗତ ୨୪ ଘଣ୍ଟା ଭିତରେ ଆଉ ୮ହଜାର ୯୦୯ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଙ୍କ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭ହଜାର ୬୧୫ ରହିଛି। ତେବେ କରୋନା ଭୂତାଣୁ ସଂକ୍ରମଣ ହେବାଠାରୁ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। ଗତ ୨୪ ଘଣ୍ଟା ଭିତରେ ୨୧୭ ଜଣଙ୍କର ମୃତ୍ୟୁ ଘଟିବା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫ହଜାର ୮୧୫ରେ ପହଞ୍ଚିଛି। ଭାରତରେ ମୃତ୍ୟୁ ହାର ଶତକଡ଼ା ୨ଦଶମିକ ୮ ଭାଗ ରହିଛି।

- Advertisement -

ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍‍ଆର୍‍ କହିଛି, ଗତ ୨୪ ଘଣ୍ଟା ଭିତରେ ୧ଲକ୍ଷ ୩୭ହଜାର ୧୫୮ଟି ନମୁନାର ପରୀକ୍ଷା କରାଯାଇଛି। ଏଥିସହିତ ଦେଶରେ ଏପର୍ଯ୍ୟନ୍ତ ମୋଙ୍କ ୪୧ଲକ୍ଷ ୩ହଜାର ୨୩୩ଟି ନମୁନାର ପରୀକ୍ଷା କରାଯାଇ ସାରିଲାଣି। ଆଇସିଏମ୍‍ଆର୍‍ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି। ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍‍ ନାଇଣ୍ଟିନ୍‍ ନମୁନା ପରୀକ୍ଷା ପାଇଁ ଆଇସିଏମ୍‍ଆର୍‍ ଅନୁମତି ଦେଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୬୮୮ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି, ଯାହା ମଧ୍ୟରେ ୪୮୦ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୨୦୮ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories