www.samajalive.in
Saturday, December 6, 2025
17.1 C
Bhubaneswar

ଜଙ୍ଗଲରେ ଚାଳିଛି ବେଆଇନ ଘୋଷିତ ଇଟାଭାଟି

ଟିଟିଲାଗଡ଼ : ଟିଟିଲାଗଡ ଅଞ୍ଚଳରେ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ସର୍ବଦା ଚର୍ଚ୍ଚାରେ ରହିଆସିଛି। ମାର୍ଚ୍ଚରୁ ପାରଦ ୪୦ ଡିଗ୍ରୀ ଟପି ଜୁନ ଶେଷ ଆଡକୁ ପ୍ରାୟ ୫୦ ଛୁଇଁବାର ରେକର୍ଡ ରହିଛି। ଚଳିତ ବର୍ଷ ମଇରେ ତାପମାତ୍ରା ୪୫.୮ କୁ ଛୁଇଁ ରାଜ୍ୟରେ ବିଭିନ୍ନ ଦିବସରେ ସର୍ବୋଚ୍ଚ ରେକର୍ଡ ସୃଷ୍ଟି କରିବା ସହ ଜନଜୀବନ ଅସ୍ତବ୍ୟସ୍ତ କରିଛି। ଏପରିପ୍ରେକ୍ଷୀରେ ଟିଟିଲାଗଡ ଅଞ୍ଚଳରେ ବନସମ୍ପଦ ସୁରକ୍ଷା, ବ୍ୟାପକ ବନୀକରଣ, ଖାଲି ସ୍ଥାନ ଗୁଡିକରେ ଚାରାରୋପଣ ସହ ନୁତନ ଜଙ୍ଗଲ ସୃଷ୍ଟି, ଗ୍ରାମ୍ୟ ଜଙ୍ଗଲ ସମିତିକୁ ପ୍ରୋତ୍ସାହନ ସହ ଜଙ୍ଗଲ ସୁରକ୍ଷା ପାଇଁ ବନବିଭାଗ ପ୍ରଯତ୍ନ କରିଆସିଛି। ଟିଟିଲାଗଡ ବନ ରେଞ୍ଜ ଅନ୍ତର୍ଗତ ବଡମାଲ, ସିକେର, ବେଲଗାଁ ତଥା ଟିଟିଲାଗଡ ଅଞ୍ଚଳରେ ସବୁଜ ମହାନଦୀ ମିଶନ, ସବୁଜ ଇଣ୍ଡିଆ ମିଶନ, ଆମ ଜଙ୍ଗଲ ଯୋଜନା ଆଦି କାର୍ଯ୍ୟକାରି ହୋଇଛି।

ଅନ୍ୟପକ୍ଷରେ କିଛି ଅସାଧୁ ବନଅଧିକାରୀଙ୍କ ସ୍ୱାର୍ଥନ୍ୱେଷୀ ମନୋଭାବ ନେଇ ଜଙ୍ଗଲରୁ ନିତ୍ୟ ବୃକ୍ଷ ଚୋରି, ବିକାଶ କାର୍ଯ୍ୟ ନେଇ ବନସମ୍ପଦ ଧ୍ୱଂସ ମଧ୍ୟ ନିୟମିତ ହୋଇଛି। ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ସତ୍ୱେ ଟିଟଲାଗଡ ଅଞ୍ଚଳରେ ତାପମାତ୍ରା ହ୍ରାସ ବଦଲରେ ଆହୁରି ବୃଦ୍ଧି ହେବାରେ ଲାଗିଛି। ଏପରିକି ଜଙ୍ଗଲ ମଧ୍ୟରେ ବେଆଇନ ଘୋଷିତ ଇଟାଭାଟି ହୁହୁ ଖରାରେ ଧୁଧୁ ହୋଇ ଜଳୁଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ଉଦ୍ରେକ କରିଛି। ଟିଟିଲାଗଡ ରେଞ୍ଜ ବଡମାଲ ଫରେଷ୍ଟରଙ୍କ ଅଧିନସ୍ଥ ତଥା ସଇଁନ୍ତଲା ତହସିଲ ଅନ୍ତର୍ଗତ ପେଣ୍ଡ୍ରାମାଲ ଜଙ୍ଗଲରେ ଏଭଳି ବହୁ ଇଟାଭାଟି ଜଳାଯାଉଛି। ଗୋଟିଏ ଭାଟି ନଲିଭୁଣୁ ଆହୁରି ଇଟା ଭାଟି ପୋଡା ଚାଲିଛି। ଜଙ୍ଗଲ ଅଂଚଳରେ ଗୋପନରେ ଇଟାଭାଟି କରି ଲକ୍ଷଲକ୍ଷ ଟଙ୍କାର କାରବାର ଚାଲିଛି। ବେଆଇନ ଘୋଷିତ ଲାଲ ଇଟାଭାଟି କାରବାର ବନ୍ଦ ପାଇଁ ସ୍ଥାନୀୟ ଆରଆଇ ତଥା ସଇଁନ୍ତଲା ତହସିଲଦାର ତୁରନ୍ତ ପଦକ୍ଷେପ ନେବା କଥା। ଅନ୍ୟପକ୍ଷରେ ଜଙ୍ଗଲ ଭିତରେ ଏଭଳି କାରନାମା ନେଇ ବଡମାଲ ଫରେଷ୍ଟର ତଥା ଟିଟିଲାଗଡ ରେଞ୍ଜ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ତେବେ କେଉଁ ପରିସ୍ଥିତିରେ ଅଧିକାରୀଗଣ ନିରବତା ଅବଲମ୍ବନ କରୁଛନ୍ତି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଦିଗରେ ବଲାଙ୍ଗୀର ଜିଲାପାଳ ତଥା ବନ ବିଭାଗ ଡିଏଫଓ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories