ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ତଥା ସଙ୍ଗରୋଧ କେନ୍ଦ୍ର ହୋଇଥିବା ଚେମଣା ନୋଡାଲ ହାଇସ୍କୁଲ ପରିସରକୁ ଆଜି ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। ଖବର ମିଳିବା ପରେ ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁ , ପାଟଣା ବିଡିଓ ଇଶ୍ଵର ଚନ୍ଦ୍ର ନାଏକ ପ୍ରମୁଖ ପିଡବ୍ଲୁଡି କର୍ମଚାରୀଙ୍କୁ ନେଇ ଚେମଣା ନୋଡାଲ ହାଇସ୍କୁଲ ପରିସରର ଶହେ ମିଟର ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ବାଡ଼ ବୁଜି ନିବଦ୍ଧ କରିଛନ୍ତି। ଗୁଜରାଟର ଅହମଦାବାଦରୁ ଗତ ୧୯ରେ ଫେରୁଥିବା ଜଣେ ପ୍ରବାସୀ ଯୁବକ ଏହି ବିଦ୍ୟାଳୟରେ ସଙ୍ଗରୋଧରେ ଥିବା ବେଳେ ଗତ ୨୫ତାରିଖ ଅପରାହ୍ନରେ ତାଙ୍କ ସ୍ବାବ ନମୁନା କରୋନା ପଜେଟିଭ୍ ଥିବା ଜଣାପଡିଥିଲା। ଯୁବକ ଜଣଙ୍କୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଜିଲ୍ଲା ପ୍ରଶାସନ ଆଜି ବିଦ୍ୟାଳୟର ଶହେ ମିଟର ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।
Popular Categories



