www.samajalive.in
Sunday, December 14, 2025
19.1 C
Bhubaneswar

କରୋନା ସଂକଟ ସମୟରେ ‘ବିଗ୍-ବି’ଙ୍କ ବଦାନ୍ୟତା, ଶ୍ରମିକଙ୍କ ପାଇଁ କରିଛନ୍ତି ଏହି ବ୍ୟବସ୍ଥା….

ମୁମ୍ବଇ : ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏବଂ ଜୀବନ- ଜୀବିକାର ସଙ୍କଟ ମଧ୍ୟରେ ବହୁ ସଂଖ୍ୟକ ଲୋକ ମୁମ୍ବଇ ଛାଡି ଗାଁକୁ ଧାଇଁବାରେ ଲାଗିଛନ୍ତି । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବର୍ତ୍ତମାନ ବିଗ୍-ବି ଅମିତାଭ ବଚ୍ଚନ ମଧ୍ୟ ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶକୁ ଯାଉଥିବା ଏହି ୧୦ଟି ବସ୍ ର ପ୍ରଥମ ପର୍ଯ୍ୟାୟ ହାଜି ଅଲିଙ୍କ ଦରଘା ନିକଟରୁ ବାହାରିବ ।
କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଆରମ୍ଭ ହେବା ପରଠାରୁ ଅମିତାଭ ବଚ୍ଚନଙ୍କ କମ୍ପାନୀ ‘ଏବି କର୍ପ ଲିମିଟେଡ୍’ ଲୋକଙ୍କୁ ସାହାଯ୍ୟ କରିଆସୁଛି । ଏବେ ରାଜପଥରେ ତାଙ୍କ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରାଜେଶ ଯାଦବଙ୍କ ତତ୍ତ୍ବାବଧାନରେ ଶ୍ରମିକମାନଙ୍କୁ ଚପଲ ବଣ୍ଟନ କରୁଛନ୍ତି, ଯାହା ଦ୍ବାରା ସେମାନେ ଖରାଦିନେ ତାତିଥିବା ପିଚୁ ରାସ୍ତାରେ କିଛି ଆରାମ ପାଇପାରିବେ । ପ୍ରତିଦିନ ପ୍ରାୟ ୧୨୫ ହଜାର ଚପଲ ବ୍ୟତୀତ ଅମିତାଭ ବଚ୍ଚନଙ୍କ ତରଫରୁ ଶ୍ରମିକମାନଙ୍କୁ ଦୁଇ ହଜାର ବୋତଲ ପାଣି ଏବଂ ପ୍ରାୟ ସମାନ ସଂଖ୍ୟାର ଖାଦ୍ୟ ପ୍ୟାକେଟ ମଧ୍ୟ ବଣ୍ଟନ କରାଯାଉଛି ।

Image : Social Media

ଅସୁବିଧାଜନକ ସ୍ଥିତିରେ ଥିବା ଲୋକଙ୍କୁ ସେମାନଙ୍କ ଘରକୁ ଯିବା ପାଇଁ ବସ୍ ଯୋଗାଇ ଦେବାର ଚିନ୍ତାଧାରା ମଧ୍ୟ ରାଜେଶ ଯାଦବଙ୍କ ନିକଟକୁ ଆସିଥିଲା । ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ଉତ୍ତରପ୍ରଦେଶକୁ ୧୦ଟି ବସ୍ ପଠାଇବାକୁ ଅନୁମତି ମିଳିଛି । ଏହି ବସ୍ ଗୁଡିକ ମୁମ୍ବଇର ହାଜି ଅଲି ଦର୍ଘାଠାରୁ ଯାତ୍ରା କରିବେ । ରାଜେଶ ଆରମ୍ଭରୁ ‘ଏବି କର୍ପ’ ଦ୍ୱାରା କରାଯାଉଥିବା ଏହି ମହତ କାର୍ଯ୍ୟଗୁଡ଼ିକର ତଦାରଖ କରି ଆସୁଛନ୍ତି, ତେବେଏହି ସବୁ କାର୍ଯ୍ୟକୁ ପ୍ରଚାରରୁ ଦୂରେଇ ରଖିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି ।

- Advertisement -
Image : Social Media

ହାଜି ଅଲି ଟ୍ରଷ୍ଟ ଏବଂ ପିର ମଖଦୁମ ସାହେବ ଟ୍ରଷ୍ଟ ସହାୟତାରେ ରାଜେଶ ଗତ ମାର୍ଚ୍ଚ ୨୮ ତାରିଖ ଠାରୁ ପ୍ରତିଦିନ ପ୍ରାୟ ସାଢେ ଚାରି ହଜାର ପ୍ୟାକେଟ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ପ୍ୟାକେଟ ଗୁଡିକ ହାଜି ଅଲି ଦରଘା ବ୍ୟତୀତ ପ୍ରତିଦିନ କୋଲସା ବାନ୍ଦ, ରେଟି ବାନ୍ଦର, ଆରବ ଗାଲୀ, ଗାରିବ ନୱାଜ ନାଗର, ଆଣ୍ଟୋପ ହିଲ, ବାବୁଲନାଥ ମନ୍ଦିର, ୱର୍ଲି, ମହୀମ ଦର୍ଘା, ଧରାବୀ, ନର୍ଗିସ୍ ଦତ୍ତ ନଗର ଏବଂ ବାନ୍ଦ୍ରା ଇତ୍ୟାଦିରେ ବଣ୍ଟନ କରାଯାଉଛି। ଏହା ବ୍ୟତୀତ ଏପର୍ଯ୍ୟନ୍ତ ୧୦ ହଜାର ପରିବାରକୁ ଏକ ମାସର ରାସନ ବଣ୍ଟନ କରାଯାଇଛି ।

ଅମିତାଭ ବଚ୍ଚନ ନିଜେ କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ କ୍ରମାଗତ ଭାବରେ ଅଡିଓ ଏବଂ ଭିଡିଓ ବାର୍ତ୍ତା ରେକର୍ଡିଂ କରୁଛନ୍ତି । ତାଙ୍କ କାର୍ଯ୍ୟାଳୟରୁ ଅସଂଖ୍ୟ ମାସ୍କ ଏବଂ ସାନିଟାଇଜର ବୋତଲ ବଣ୍ଟନ କରାଯାଇଛି ଏବଂ ଡାକ୍ତରଖାନା, ପୋଲିସ ଷ୍ଟେସନ ଏବଂ ପୌରସଂସ୍ଥା କାର୍ୟ୍ୟାଳୟକୁ ପଠାଯାଉଥିବା ପିପିଏ କିଟ୍ ସଂଖ୍ୟା ୨୦,୦୦୦ରୁ ଅଧିକ ହୋଇଛି ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories