www.samajalive.in
Monday, December 15, 2025
24.1 C
Bhubaneswar

ବସ ଭିତରୁ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଗୁଜୁରାଟରୁ ଗଞ୍ଜାମ ଆସୁଥିବା ଜଣେ ପ୍ରବାସୀଙ୍କର ବସ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗୁରୁରାଟରୁ ଏକ ବସ ଯୋଗେ କେତେକ ପ୍ରବାସୀ ଛତିଶଗଡ଼ ରାୟଗଡ଼ ରାସ୍ତା ଦେଇ ୪୯ ନମ୍ବର ରାଜପଥରେ ଓଡ଼ିଶାର କନକତୋରା ଗେଟ ଦେଇ ଓଡ଼ିଶାକୁ ପ୍ରବେଶ କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କନକତୋରା ଗେଟରେ ଥିବା ଡ଼ାକ୍ତର ଦଳ ଯାଞ୍ଚ କରିବା ସହିତ ଟ୍ରାଭେଲ ହିଷ୍ଟ୍ରି ରଖି ଓଡ଼ିଶାକୁ ପ୍ରବେଶ କରିଥିଲେ। ବୁଧବାର ରାତି ୧୦ ଟାରେ ବସଟି ଲଖନପୁର ବ୍ଲକ ପୁଞ୍ଜିପଥର ନିକଟରେ ପହଞ୍ଚିବାପରେ ବସରେ ଥିବା ଜଣେ ପୁରୁଷ ପ୍ରବାସୀଙ୍କ ମୃତ୍ୟୁ ହୋଇଯାଇଥିବା ବସରେ ଥିବା ଅନ୍ୟଯାତ୍ରୀମାନେ ଜଣିପାରି ବସଟିକୁ ପୁଞ୍ଜିପଥର ନିକଟରେ ରଖି ୧୦୦ ନମ୍ବରେ ଫୋନକରି ସ୍ଥାନୀୟ ପୁଲିସକୁ ଜଣାଇଥିଲେ।

ଘଟଣାସ୍ଥଳରେ ବ୍ରଜରାଜନର ଏସଡ଼ିପିଓ ଦିଲିପ ଦାସ, ଲଖନପୁର ଥାନା ଅଧିକାରୀ ବୈକୋଣ୍ଠ ବିହାରୀ ସେଠ ପହଞ୍ଚି ମେଡ଼ିକାଲ ଟିମ ଡ଼କାଇ ପିପିଇ କିଟ ପରିଧାନ କରି ମୃତଦେହକୁ ବସରୁ ବାହାରକରି ଝାରସୁଗୁଡ଼ା ଶବ ଗୃହକୁ ପଠେଇ ଦିଆଯାଇଛି। ବସରେ ଥିବା ଅନ୍ୟଯାତ୍ରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଛି। ତେବେ ମୃତକର ପରିଚୟ ଏଯାଏ ମିଳିପାରିନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories