www.samajalive.in
Monday, December 15, 2025
16.1 C
Bhubaneswar

ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ – ଅପହଞ୍ଚ ଇଲାକାରୁ ବୋହିକି ଆଣିଲେ ୨ କିମି

ସମ୍ବଲପୁର (ବିରାଜ କୁମାର ମିଶ୍ର): ସମ୍ବଲପୁରର ମହାବୀରପଡାର ନିବାସୀ ଶ୍ରୀମନ୍ତ ପଣ୍ଡାଙ୍କ (୬୦) ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବୁଧବାର ଦେବଦୂତ ସାଜିଛନ୍ତି। ସୂଚନାନୁଯାୟୀ, ଶ୍ରୀମନ୍ତ କୌଣସି ଏକ କାମରେ ଯୁଯୁମୁରା ବ୍ଲକ ଅର୍ନ୍ତଗତ ବିରସିଂହଗଡ ଅଞ୍ଚଳର ଏକ ଅପହଞ୍ଚ ଅଞ୍ଚଳରେ ତାଙ୍କର ଜମିକୁ ଗସ୍ତ କରିଥିଲେ। ତାଙ୍କ ଜମିରେ କାର୍ଯ୍ୟ ଚାଲିଥିବା ବେଳେ ତାଙ୍କ ଉପରେ ଏକ ଗଛ ପଡିଯିବାରୁ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ। ଏଣୁ ୧୦୮ ଆମ୍ବୁଲାନ୍ସକୁ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଯୋଗାଯୋଗ କରାଯାଇଥିଲା।

ଚାଳକ ସୁଦର୍ଶନ ମାଟିଆରୀ, ଫାର୍ମାସିଷ୍ଟ ସୁବ୍ରତ କୁମାର ସାହୁ ଓ ହେଲପର ନିରଞ୍ଜନ ପ୍ରଧାନ ଦିନ ପ୍ରାୟ ୧୦ଟା ୪୭ରେ କଲ ପାଇଥିବା ବେଳେ ସେହି ଅଞ୍ଚଳରେ ନିକଟରେ ଜଣେ ରୋଗୀଙ୍କୁ ତାଙ୍କ ଘରେ ଛାଡି ଆସୁଥିବା ବେଳେ ସେମାନେ ଆମ୍ବୁଲାନ୍ସ ସହିତ ତୁରନ୍ତ ୧୦.୫୨ରେ ଘଟଣାସ୍ଥଳ ନିକଟକୁ ପହଞ୍ଚିଥିଲେ। ତେବେ ବଣଜଙ୍ଗଲ ଘେରା ସେହି ଅପହଞ୍ଚ ଅଞ୍ଚଳକୁ କୌଣସି ପକ୍କା ରାସ୍ତା ନ ଥିବାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଆମ୍ବଲାନ୍ସ ଅଟକି ଯାଇଥିଲା। ଏଣୁ ଫାର୍ମାସିଷ୍ଟ ସୁବ୍ରତ କୁମାର ସାହୁ ଓ ହେଲପର ନିରଞ୍ଜନ ପ୍ରଧାନ ଘଟଣାସ୍ଥଳକୁ ଷ୍ଟ୍ରେଚର ନେଇ ଚାଲି ଚାଲି ଯାଇଥିଲେ। କର୍ମଚାରୀମାନେ ଆହତଙ୍କୁ ଷ୍ଟ୍ରେଚର ସାହାର୍ଯ୍ୟରେ ଅଞ୍ଚଳବାସୀଙ୍କ ସହିତ ମିଶିକି ଦୁଇ କିମି ଦୂରରେ ଅଟକି ଯାଇଥିବା ଆମ୍ବୁଲାନ୍ସକୁ ବୋହି ନେଇଥିଲେ। ଏହା ପରେ ରୋଗୀଙ୍କୁ ସିଧାସଳଖ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ନିଆଯାଇଥିଲା।

- Advertisement -

ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ୮ ତାରିଖରେ ମଧ୍ୟ ଏଭଳି ଏକ ଘଟଣାରେ ଏହି ବ୍ଲକ ଅର୍ନ୍ତଗତ ଗ୍ରାମପଞ୍ଚାୟତର ଟିରପିଟକାନି ଗ୍ରାମର ଏଲାରୋସ ସୋରେନ (୬୦) ଓ ୩ ନଭେମ୍ବର ୨୦୧୯ରେ ନାକଟିଦେଉଳ ବ୍ଲକ ଅର୍ନ୍ତଗତ ଖରସନମାଲ ଗ୍ରାମପଞ୍ଚାୟର ଝଟକିମାଲ ଗ୍ରାମର ଜଣେ ମହିଳା ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦେବଦୂତ ସାଜି ତାଙ୍କର ଜୀବନ ରକ୍ଷା କରିଥିଲେ। ସ୍ୱାଧିନତାର ୭୨ ବର୍ଷ ପରେ ସୁଦ୍ଧା ସମ୍ବଲପୁର ଜିଲାରେ ଏଭଳି ବହୁ ଅଞ୍ଚଳ ଏବେ ମଧ୍ୟ ଅଗମ୍ୟ ହୋଇ ରହିଛି। ତେବେ ବିପରିତ ପରିସ୍ଥିତିରେ ମଧ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବୀୟ କାର୍ଯ୍ୟ ଯୋଗୁଁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories