www.samajalive.in
Tuesday, December 9, 2025
26.1 C
Bhubaneswar

ରାଜ୍ୟ ପାଇଁ ଖୁସି ଖବର : ସୁସ୍ଥ ହେଲେ ୫୭ କରୋନା ଆକ୍ରାନ୍ତ, ଭୁବନେଶ୍ବର ଓ ଜଗତସିଂହପୁର କରୋନା ମୁକ୍ତ

ଭୁବନେଶ୍ଵର : ରାଜ୍ୟରେ ଆଉ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୫୭ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪୦, ଜଗତସିଂହପୁରରେ ୫, ମୟୁରଭଞ୍ଜରେ ୪, ଭୁବନେଶ୍ୱରରେ ୩, ବଲାଙ୍ଗିରରେ ୨, ସୁନ୍ଦରଗଡ଼ , ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।


କେବଳ ସେତିକି ନୁହେଁ ରାଜ୍ୟରେ ପ୍ରଥମେ କରୋନା ଚିହ୍ନଟ ହୋଇଥିବା ରାଜଧାନୀ ଭୁବନେଶ୍ବର କରୋନା ଆକ୍ରାନ୍ତ ଶୂନ୍ୟ ହୋଇଛି। ଅର୍ଥାତ ରାଜଧାନୀ ଭୁବନେଶ୍ବରରେ ଜଣେ ହେଲେ ସକ୍ରିୟ କରୋନା ଆକ୍ରାନ୍ତ ନ ଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ରାଜଧାନୀ ଭୁବନେଶ୍ବର ସହିତ କରୋନାମୁକ୍ତ ହୋଇଛି ଜଗତସିଂହପୁର ଜିଲ୍ଲା

- Advertisement -


ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭୭ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୫୯୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories