ଯୋଗ ଜୀବନର ଏକ କଳା। ଯୋଗର ମହତ୍ତ୍ବ ବିଶ୍ବସ୍ତରରେ ହୃଦୟଙ୍ଗମ କରାଯିବା ପରେ ଜୁନ୍ ୨୧କୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ରୂପେ ପାଳନ କରାଯାଉଛି। ଭାରତ ସରକାର ବିଭିନ୍ନ ସ୍କୁଲ, କଲେଜମାନଙ୍କରେ ଯୋଗରପାଠ୍ୟକ୍ରମକୁ ଗ୍ରହଣ କରିବା ସହିତ ଏହାର ପ୍ରଚାରପ୍ରସାର ପାଇଁ ଚେଷ୍ଟିତ ଅଛନ୍ତି। ଯୋଗଶିକ୍ଷା କରିବା ପୂର୍ବରୁ ଉଭୟ ପୁରୁଷ ଓ ମହିଳା କେତେକ ଦିଗ ପ୍ରତି ଯତ୍ନବାନ୍ ହେବା ଆବଶ୍ୟକ।
ଯୋଗ ଶିକ୍ଷା କରୁଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ମାଦକ ଦ୍ରବ୍ୟ ସେବନରୁ ନିବୃତ୍ତ ରହିବାକୁ ପ୍ରବର୍ତ୍ତାଇବା ତଥା ଯୋଗଗୁରୁ ନିଜ ଶିକ୍ଷା ଶୈଳୀରେ ଉତ୍ତମ ନାଗରିକ ହେବାକୁ ପ୍ରରୋଚଚିତ କରିବା ଉଚିତ।
ଶିକ୍ଷା, ସ୍ନେହ, ମମତା, ଭାଇଚାରା ପ୍ରତି ଆକୃଷ୍ଟ କରାଇବା ସହିତ ଶାଳୀନତାପୂର୍ଣ୍ଣ ଆଚରଣ, ସଂଯମ ଇତ୍ୟାଦି ଉପରେ ଧ୍ୟାନ ଦେବା ଆବଶ୍ୟକ।
ପ୍ରତ୍ୟେକ ବର୍ଗର ଲୋକେ ଯୋଗ ଶିକ୍ଷା କରିପାରିବେ। ଛୋଟ ପିଲାଠାରୁ ବୟସ୍କ ସମସ୍ତେ ଯୋଗ କଲେ ସୁସ୍ଥସବଳ ଜୀବନ ଅତିବାହିତ କରିପାରିବେ। ଯୋଗର ପ୍ରଭାବ ଶରୀରରେ ବହୁବର୍ଷ ପର୍ଯ୍ୟନ୍ତ ଅତୁଟ ରହେ। ଶରୀରର ଶିରାପ୍ରଶିରା, ସ୍ନାୟୁ ଓ ଗ୍ରନ୍ଥିମାନଙ୍କୁ ଜୀବନର ଶେଷ ପର୍ଯ୍ୟନ୍ତ ସକ୍ରିୟ ରଖିଥାଏ।
ନୀଳମଣି ସାହୁ, ବରିଷ୍ଠ ପ୍ରଶିକ୍ଷକ (କୁସ୍ତି)