www.samajalive.in
Sunday, December 7, 2025
16.1 C
Bhubaneswar

ବଜ୍ରାଘାତରେ ଜଣେ ମୃତ, ୩ ଜଣ ଗୁରୁତର

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡ଼ିହା ଗ୍ରାମପଞ୍ଚାୟତ ପୁରୁଣାପାଣି ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ବଜ୍ରାଘାତରେ ମୃତ୍ୟୁ ଘଟି ଥିବା ଯୁବକ ଜଣଙ୍କ ହେଲେ ଜାମୁନଣ୍ଡା ଗ୍ରାମର ମହେନ୍ଦ୍ର ସାମାଡ଼ ।

ସୂଚନା ଅନୁଯାୟୀ, ଜାମୁନଣ୍ଡା ଗ୍ରାମର ମହେନ୍ଦ୍ର ତାଙ୍କର ସମ୍ପର୍କୀୟ କେଶଡିହା ଗ୍ରାମର ଲଷ୍ମୀଧର ସାମାଡ଼ଙ୍କ ଘରକୁ ଯାଇଥିଲେ। ଅପରାହ୍ନ ସମୟରେ ବର୍ଷା ଆସିଯିବାରୁ ଲଷ୍ମୀଧର ଘର ନିକଟରେ ଥିବା ମାଟି ଇଟା ଭାଟି ପାଖକୁ ଚାଲିଯାଇଥିଲେ। ସେଠାରେ ମହେନ୍ଦ୍ର ଓ ଲଷ୍ମୀଧରଙ୍କ ପରିବାରର ନନ୍ଦିଆ ସାମାଡ଼(୧୭), ରବୀନ୍ଦ୍ର ସାମାଡ଼(୧୮), ଶୁଭାଶିନୀ ସାମାଡ଼(୧୨)  ଇଟା ଗୁଡିକୁ ସଜାଡୁ ଥିବା ସମୟରେ ହଠାତ ସେଠାରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘଟଣାସ୍ଥଳରେ ସମସ୍ତ ୪ ଜଣ ସଂଜ୍ଞାହୀନ ହୋଇ ପଡିଯାଇଥିଲେ। ଖବର ପାଇ ଘଟଣାସ୍ଥଳରୁ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ୪ ଜଣଙ୍କୁ  ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories