www.samajalive.in
Monday, December 15, 2025
24.1 C
Bhubaneswar

ଆଚାରୀ ଭେଣ୍ଡି

ଭେଣ୍ଡିର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ହେଉଛି ଆଚାରୀ ଭେଣ୍ଡି। ଏହି ବ୍ୟଞ୍ଜନର ନାମ ଶୁଶିବାକୁ ଯେମିତି, ତା’ର ସ୍ବାଦ ମଧ୍ୟ ସେମିତି। ଏହାକୁ ତିଆରି କରିବା ପାଇଁ ମଧ୍ୟ ଅଧିକ ସମୟ ଲାଗେ ନାହିଁ। ତେବେ ଆସନ୍ତ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ……

ଆବଶ୍ୟକୀୟ ସାମଗ୍ରୀ : ୨୫୦ ଗ୍ରାମ କଟା ଭେଣ୍ଡି, ୧ଟା କଟା ପିଆଜ, ୨ଟି କଟା ଟମାଟୋ, ୧ଟି ଚାମଚ କଟା ଅଦା, ୧ ଚାମଚ ଲାଲ୍ ଚିଲି ପାଉଡର, ୧ ଚାମଚ ହଳଦୀ ପାଉଡର, ୧ ଚାମଚ ଧନିଆ ପାଉଡର, ୧ ଚାମଚ ଜୀରା ପାଉଡର, ୧ ଚାମଚ ମେଥି, ୧ ଚାମଚ ସୋରିଷ, ସ୍ୱାଦ ଅନୁଯାୟୀ ଲୁଣ ଓ ତେଲ।

- Advertisement -

ପ୍ରସ୍ତୁତ ପ୍ରଣାଳୀ : ସର୍ବପ୍ରଥମେ ଏକ ପ୍ୟାନରେ ତେଲକୁ ମଧ୍ୟମ ତାପରେ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଭେଣ୍ଡି ମିଶାଇ ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ଏକ ପାତ୍ରରେ ବାହାର କରନ୍ତୁ। ଏବେ ପୁଣି ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ହେଙ୍ଗୁ, ସୋରିଷ, ମେଥି, ଧନିଆ ପାଉଡର ମିଶାନ୍ତୁ। ପରେ ପିଆଜ ଏବଂ ଅଦା ପକାଇ ରାନ୍ଧନ୍ତୁ। ଯେତେବେଳେ ପିଆଜ ସୁନେଲୀ ରଙ୍ଗ ହୋଇ ଆସିବ ସେଥିରେ ଟମାଟୋ ମିଶାନ୍ତୁ ଏବଂ ନରମ ହେବା ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ। ବର୍ତ୍ତମାନ ଏଥିରେ ଲାଲ୍ ଚିଲି, ହଳଦୀ ଏବଂ ଧନିଆ-ଜିରା ପାଉଡର ମିଶାଇ ଏକ ମିନିଟ୍ ରାନ୍ଧନ୍ତୁ। ପରେ ପ୍ୟାନରେ ଭଜା ଭେଣ୍ଡି ଏବଂ ଲୁଣ ପକାଇ ମିଶାନ୍ତୁ। ଏକ ମିନିଟ୍ ରାନ୍ଧିବା ପରେ ଗରମ ମସଲା ପକାଇ ଗ୍ୟାସ୍ ବନ୍ଦ କରନ୍ତୁ। ପ୍ରସ୍ତୁତ ହୋଇଗଲା ଆଚାରୀ ଭେଣ୍ଡି। ରୁଟି କିମ୍ବା ପରାଠାରେ ଖାଆନ୍ତୁ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories