www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ-୧୯: ଆଜି ଯାଜପୁରରେ ୮ ଚିହ୍ନଟ, ଜିଲ୍ଲାରେ କରୋନା ସଂକ୍ରମିତ ୪୮

ସମାଜ ପୋର୍ଟାଲ ଡେସ୍କ: ଯାଜପୁର ଜିଲ୍ଲାରେ ଆଜି ପୁଣି ୮ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରୀ ବ୍ଳକରୁ ୪ଜଣ, ବିଂଝାରପୁର ବ୍ଳକରୁ ଜଣେ ଓ ଯାଜପୁର ବ୍ଳକରୁ ୩ ଜଣ। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ୬ ପୁରୁଷ ଅଛନ୍ତି। ନୂଆ କରି ଆଜି ବରି ବ୍ଳକର କଳାମାଟିଆ, ବାଇଁଶିରିଆ ଓ ଉଦୟନାଥପୁର ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଠିକ ସେହିଭଳି ବିଂଝାରପୁର ବ୍ଳକର କଲ୍ୟାଣପୁରରୁ ଜଣେ ଯାଜପୁର ବ୍ଳକ ନାଥସାହିରୁ ଜଣେ ଓ ବାସୁଦେବପୁରରୁ ଦୁଇ ଜଣ ଲେଖାଏଁ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୪୮ ରେ ପହଁଚିଛି।

ଇତି ମଧରେ ଯାଜପୁରର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ୩ ବର୍ଷର ଶିଶୁ, ୧୨ ମହିଳା ଓ ୩୩ ଜଣ ପୁରୁଷ ଅଛନ୍ତି। ନୂତନ ଭାବେ ଚିହ୍ନଟ ସମସ୍ତ ବ୍ୟକ୍ତି କଲିକତାରୁ ଫେରିଥିବା କରୋନା ସଂକ୍ରମିତଙ୍କ ସହ ଲିଙ୍କ ରହିଛି। ଯାଜପୁର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାଜପୁରକୁ ରେଡ ଜୋନରେ ସ୍ଥାନିତ କରାଯାଇଛି। ନୂତନ ଭାବେ ଚିହ୍ନଟ ଗ୍ରାମ ଗୁଡିକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇ ଏସବୁ ଅଞ୍ଚଳକୁ ଯାଇଥିବା ପ୍ରବେଶପଥକୁ ସିଲ କରି ଦିଆଯାଇଛି। ତତସହିତ ଯୁଦ୍ଧକାଳିନ ଭିତିରେ ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯାଞ୍ଚ ଓ ବିଶୋଧନ କାର୍ଯ୍ୟ ମଧ୍ୟ କରାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories