ଆଉ ୧୪ କରୋନା ପଜିଟିଭ୍ : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି
ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ଜଣାପଡିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ଯାଜପୁରରୁ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଗୋଟିଏ ଦିନରେ ଯାଜପୁରରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହ ଯାଜପୁର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।
୧୪୨ସଂକ୍ରମିତଙ୍କ ମଧ୍ୟରୁ ୧୦୨ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
2nd Health Update, 30 April
14 Positives in Jajpur
29 yr Male, 38 yr Male, 35 yr Male, 40 yr Female, 29 yr Male, 20 yr Female,
85 yr Female, 3 yr Male, 34 yr Male,
3 yr Female, 36 yr Female, 12 yr Male, 52 yr Female & 62 yr Male.Total Positive Case:142
— I & PR Department, Odisha (@IPR_Odisha) April 30, 2020
Comments are closed.