ନାଗପୁରର ‘ଚାଏ-ବାଇକ୍’ ସେବା

0

ଗରିବ ଶ୍ରେଣୀର ମହିଳାମାନେ ଆଜିକାଲି ଅର୍ଥ ଉପାର୍ଜନ କରି ପରିବାରର ଦାୟିତ୍ବ ନିଜ ଉପରେ ନେବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ସେମାନଙ୍କର ଏଇ ମନୋବଳ ଦେଖି ନାଗପୁର ନଗର ନିଗମ ଏକ ସୁନ୍ଦର ପଦକ୍ଷେପ ନେଇଛି। ସହରର ରାସ୍ତାଘାଟ ଗଳିକନ୍ଦି ବୁଲି ଏବେ ସେଠାରେ ଗରିବ ଶ୍ରେଣୀର ମହିଳାମାନେ ଚା’ ବିକ୍ରି କରିପାରିବେ। ନଗର ନିଗମ ଏଥି ନିମନ୍ତେ ସେହି ମହିଳାମାନଙ୍କୁ ୩ ଚକିଆ ସାଇକଲ ଯୋଗାଇଦେବ। ୧୧ମାସର ଚୁକ୍ତିରେ ସେମାନଙ୍କୁ ସର୍ବନିମ୍ନ ରାଶି ଦେବାକୁ ପଡ଼ିବ। ଚା’ ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ସେମାନେ ବିକ୍ରି କରିପାରିବାର ଅନୁମତି ମିଳିଛି। ଏହି ଯୋଜନାର ନାମ ‘ଚାଏ-ବାଇକ୍’ ଦିଆଯାଇଥିବାବେଳେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହିଁ ଏସବୁର ଆରମ୍ଭ କରିଛି। ଲଟେରୀ ମାଧ୍ୟମରେ ୫ଜଣଙ୍କୁ ଏଇ ‘ଚାଏ-ବାଇକ୍’ ଉପଲବ୍ଧ କରାଯାଇଥିବାର ପ୍ରକାଶ।

Leave A Reply