www.samajalive.in
Sunday, December 7, 2025
26.1 C
Bhubaneswar

ଅମୃତ ଭଣ୍ଡା ଫେସିଆଲ; ଘରେ ପାଆନ୍ତୁ ପାର୍ଲର ର ଫାଇଦା

ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ପ୍ରାୟ ସମସ୍ତେ ଘରେ ବନ୍ଦୀ ହୋଇ ରହିଛନ୍ତି। କେହି ବାହାରକୁ ବାହାରି ପାରୁ ନାହାନ୍ତି। ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମହିଳାାନେ ପାର୍ଲର ଯାଇପାରୁ ନାହାନ୍ତି। ତେଣୁ ଏଥିରେ ବ୍ୟସ୍ତ ହେବାର କିଛି କଥା ନାହିଁ। ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବତାଇବୁ, ଯାହା ଦ୍ବାରା ଘରେ ରହି ଆପଣ ନିଜ ତ୍ୱାଚାକୁ ସୁନ୍ଦର ଆର୍କଷଣ କରିପାରିବେ। ତେବେ ଆସନ୍ତୁ ଜାଣିବା….

ପାଚିଲା ଅମୃତଭଣ୍ଡା ଛୋଟ ଖଣ୍ଡ ନିଅନ୍ତୁ ସେଥିରେ ଏକ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ପରେ  ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ

- Advertisement -

ଅଧା ଚାମଚ ଅମୃତଭଣ୍ଡା ରସରେ ଏକ ଚାମଚ ମହୁ ଅଧା ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାନ୍ତୁ। ଏହାକୁ ତ୍ୱଚାରେ ପ୍ରଲୋପ କରନ୍ତୁ। ୧୫୨୦ ମିନିଟ୍ ପରେ ନଖ ଉଷୁମ ପାଣିକୁ ହାତରେ ନେଇ ଧୀରେ ଧୀରେ ମସାଜ କରନ୍ତୁ। ପ୍ରଲେପଟି ଛାଡିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ ଫରକ ନିଜେ ଜାଣିପାରିବେ।

ପାଚିଲା ଅମୃତଭଣ୍ଡା ଚୋପା ମୁହଁ ଭାଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। ମୃତ କୋଷିକାକୁ ଦୂର  କରିବା ସହ ମୁହଁରୁ ଭାଙ୍ଗ ଦାଗ ଦୂର କରିଥାଏ ତେଣୁ ଅମୃତଭଣ୍ଡା ଚୋପାକୁ ମୁହଁରେ ଖସନ୍ତୁ

ପାଚିଲା ଅମୃତଭଣ୍ଡାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଚାରି କଡରେ ଳଗାଇ ୧୦ ମିନିଟ ଛାଡି ଦିଅନ୍ତୁ। ପରେ ପାପୁଲିରେ ଧୀରେ ଧୀରେ ଘସି ଉଷୁମ ପାଣିରେ ଏକ କଟନକୁ ଭିଜାଇ, ସେଥିରେ ସଫା କରି ପୋଛି ଦିଅନ୍ତୁ। ଆଖିତଳ କଳା ଦାଗ ଖୁବ୍ କମ୍ ଦିନରେ ଦୂର ହେବ।

– ଏକ କପ ପାଚିଲା ଅମୃତଭଣ୍ଡାର ପେଷ୍ଟ ନିଅନ୍ତୁ ସେଥିରେ ଏକ ଚାମଚ ମହୁ ହଳଦୀ ଗୁଣ୍ଡ ମିଶାଇ ଏକ ପ୍ରଲେପ କରି ମୁହଁରେ ଲଗାଇ ୨୦୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଶୁଖିଗଲା ପରେ ଉଷୁମ ପାଣିରେ ଘସି କାଢି ଦିଅନ୍ତୁ ପରେ ଥଣ୍ଡା ପାଣିରେ ଭଲ ଭାବରେ ମୁହଁ ଧୋଇ ଦିଅନ୍ତୁ। ସନ୍ ଟ୍ୟାନ ଦୂର ହେବ।

ମୁହଁରୁ ବ୍ରଣ ଦୂର କରିବା ପାଇଁ ପାଚିଲା ଅମୃତଭଣ୍ଡାରେ ପେଷ୍ଟ ତିଆରି କରନ୍ତୁ ଏହାକୁ ମୁହଁରେ ମାକ୍ସ ଭଳି ଲଗାଇ ୧୫୨୦ ମିନିଟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ବ୍ରଣ ଦୂର ହେବ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories