www.samajalive.in
Monday, December 15, 2025
14.1 C
Bhubaneswar

ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର

ବେଳେବେଳେ ଖାଇବା ସମୟରେ ହଠାତ୍ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୁଏ। ଥଣ୍ଡା ବା ଗରମ ପାଣି ସଂସ୍ପର୍ଷରେ ଆସିଲେ ମଧ୍ୟ ଏଭଳି ଅନୁଭବ ହୋଇଥାଏ। ଏହା ପଛରେ ଅନେକ କାରଣ ରହିଛି।

ଭୁଲ ସମୟରେ ଖାଇବା, ଅତ୍ୟଧିକ ଜଙ୍କ୍ ଫୁଡ୍ ଖାଇବା, ଦାନ୍ତକୁ ସଠିକ୍ ଭାବରେ ସଫା ନକରିବା କିମ୍ବା ଅଧିକ କୋଲ ଡ୍ରିଙ୍ଗ୍ସ ପିଇବା ଏବଂ ପାନ ଖାଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ ଏବଂ ଯନ୍ତ୍ରଣା ହୋଇଥାଏ। ଏଭଳି ପରିସ୍ଥିତିରେ ଅନେକ ପ୍ରକାରର ଔଷଧ ବ୍ୟବହାର କଲେ ମଧ୍ୟ କୌଣସି ଲାଭ ହୁଏ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ବତାଇବୁ ଦାନ୍ତର ଯନ୍ତ୍ରଣା କମାଇବା ପାଇଁ କିଛି ଘରୋଇ ଉପଚାର।

- Advertisement -

– ଦାନ୍ତରେ ୧ ବା ୨ ବୁନ୍ଦା ଲବଙ୍ଗ ତେଲ ଲଗାଇବା ଦ୍ବାରା ବହୁତ ଆରାମ ମିଳିଥାଏ।

– ଏକ ଚାମଚ ଲେମ୍ବୁ ରସ ସହ ଏକ ଚୁଟକି ହେଙ୍ଗୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଦାନ୍ତରେ ଲଗାଇବା ଦ୍ବାରା ଯନ୍ତ୍ରଣା ଯଥେଷ୍ଟ କମିଥାଏ।

– ଯନ୍ତ୍ରଣାଦାୟକ ଦାନ୍ତରେ ପିଆଜ ଖଣ୍ଡ ଲଗାଇଲେ ଯନ୍ତ୍ରଣା କମିଥାଏ।

-ଗୋଟିଏ ବା ଦୁଇଟି ରସୁଣ କୋଲା ଏବଂ ପଥର ଲୁଣକୁ ପେଷ୍ଟ ପ୍ରସ୍ତୁତ କରି ଦିନକୁ ଅତି କମରେ ଦୁଇଥର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ। ଏହା ଦ୍ୱାରା ଯନ୍ତ୍ରଣା କମିଥାଏ।

– ଏକ ଚାମଚ ଲୁଣକୁ ଏକ ଗ୍ଲାସ ଉଷୁମ ପାଣିରେ ଦିନକୁ ୨ ଥର କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା ଦୂର ହୁଏ।

ଅନୁସନ୍ଧାନ ଅନୁଯାୟୀ, ପୁଦିନା ପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ଥଣ୍ଡା କରି ​ସେହି​‌ ପାଣିରେ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ଆରାମ ମିଳିଥାଏ।

-ଏକ ଚୁଟକି ଡାଲଚିନି ପାଉଡର ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଯନ୍ତ୍ରଣାଦାୟକ ଦାନ୍ତରେ ଲଗାଇଲେ ଯନ୍ତ୍ରଣା ଦୂର ହୁଏ।

– ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚୁଟକି ବେକିଂ ସୋଡା ପକାଇ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

– ଫିଟକରି ପାଉଡର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାଇଲେ ଯନ୍ତ୍ରଣା ଦୂର ହୋଇଥାଏ। ଏହା ସହ ଫିଟକରି ପାଣି କୁଳି କରିବା ଦ୍ବାରା ମଧ୍ୟ ଦାନ୍ତ ଯନ୍ତ୍ରଣା ଦୂର ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories