www.samajalive.in
Saturday, December 6, 2025
14.1 C
Bhubaneswar

ଚେମଣାରେ ଆଉ ୨ କରୋନା ପଜିଟିଭ

ପାଟଣା: ପାଟଣା ବ୍ଲକ ଅଂଚଳରେ କରୋନା ପଜିଟିଭଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ଗତ ୨୫ ତାରିଖ ଏହି ବ୍ଲକ ଅନ୍ତର୍ଗତ ଚେମଣା ପଂଚାୟତ ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ଅହମ୍ମଦାବାଦ ଫେରନ୍ତା ୨୪ ବର୍ଷିୟ ଯୁବକଙ୍କ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହେବାରୁ କରୋନା ସେହିଦିନ ପାଟଣା ବ୍ଲକରେ ପାଦ ପକାଇଥିବା କୁହାଯାଉଥିଲା। ପ୍ରଥମ କରୋନା ପଜିଟିଭ ଚେମଣା ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହେବାର ଠିକ ସପ୍ତାହକ ପରେ ସେହି ଚେମଣା ସଙ୍ଗରୋଧ କେନ୍ଦ୍ରରେ ସଙ୍ଗରୋଧରେ ଥିବା ଆଉ ଦୁଇ ଜଣ ଅହମ୍ମଦାବାଦ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତରାତି ଏହି ଦୁଇ ଜଣଙ୍କୁ ରାଙ୍କି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ୨୧ ବର୍ଷୀୟ ଏବଂ ଅନ୍ୟ ଜଣେ ୨୨ ବର୍ଷୀୟ ଯୁବକ ଥିବା ଜଣାପଡିଛି।

ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ଶିବ ପ୍ରସାଦ ମୁର୍ମ୍ମୁ ପାଟଣାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ମେଡିକାଲ ଟିମ ସହଯୋଗରେ ଏମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ମଇ ୧୯ ରେ ଅହମ୍ମଦାବାଦରୁ ଫେରିଥିବା ଆଠ ଜଣ ପ୍ରବାସୀ ଚେମଣା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ଚେମଣା ସଙ୍ଗରୋଧ କେନ୍ଦ୍ରରେ ଆଉ ୧୭ ଜଣ ପ୍ରବାସୀ ରହୁଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories