www.samajalive.in
Saturday, December 6, 2025
26.1 C
Bhubaneswar

କ୍ବାରେନଣ୍ଟାଇନ ଫେରନ୍ତାଙ୍କୁ ଗାଁରେ ପଶିବାକୁ ବାରଣ, କୁଡ଼ିଆ କରି ଜଙ୍ଗଲରେ ନେଲେ ଆଶ୍ରୟ

ଭୁବନେଶ୍ଵର: କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିଲେ । ତାଙ୍କର ନମୁନା ନେଗେଟିଭ୍ ଆସିଥିଲା । ଏହା ସତ୍ବେ ତାଙ୍କୁ ଗାଁରେ ପଶିବାକୁ ଦିଆଗଲା ନାହିଁ । ଯେତେ କାକୁତିମିନତି ହେଲେ ମଧ୍ୟ ସାହିପଡ଼ିଶା ଆଉ ଗାଁ ଲୋକ ଶୁଣିଲେ ନାହିଁ । ଶେଷରେ ଜଙ୍ଗଲରେ ପତ୍ର କୁଡ଼ିଆ କରି ରହୁଛନ୍ତି ୩ ଜଣ ବ୍ୟକ୍ତି । ଘଟଣାଟି ଘଟିଛି ବରଗଡ଼ ଜିଲାର ମୂଳବାର ପଞ୍ଚାୟତରେ । ଏହି ପ୍ରବାସୀ ଗାଁ ଲୋକଙ୍କ ବାରଣ ଯୋଗୁଁ ଜଙ୍ଗଲରେ  ରହୁଥିବା ଅଭିଯୋଗ ହୋଇଛି ।

ଭଟଲି ଅଞ୍ଚଳର ସର୍ଦାପାଲି ଗାଁର ଉମାକାନ୍ତ ସେଠ, ରାଜେନ୍ଦ୍ର ସୁନା ଓ ସଙ୍କୀର୍ତନ ସୁନା ନାମକ ୩ ଜଣ ବ୍ୟକ୍ତି ତାମିଲନାଡ଼ୁରେ ଦାଦନ ଖଟିବାକୁ ଯାଇଥିଲେ । ଲକ୍ଡ଼ାଉନ ଯୋଗୁଁ କାମ ବନ୍ଦ ହୋଇଗଲା । ସେମାନେ ଗାଁକୁ ଫେରିଲେ । ଘରେ ସଙ୍ଗରୋଧ ହୋଇ ରହିବାକୁ ଚାହିଁଲେ ଯେ ସେମାନଙ୍କୁ ଗାଁ ଲୋକ ବାରଣ କଲେ । ଫଳରେ ସେମାନେ ଗାଁ ବାହାରେ ଜଙ୍ଗଲରେ କୁଡ଼ିଆ କରି ରହୁଛନ୍ତି ।

- Advertisement -

ଘଟଣା ସମ୍ପର୍କରେ ସେମାନେ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଛନ୍ତି ବୋଲି ସୂଚନା ମିଳିଛି । ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ନିଜର ଦୁଃଖ ଜଣାଇଛନ୍ତି । ମାତ୍ର କେହି ସେମାନଙ୍କ କଥା ଶୁଣୁ ନାହାନ୍ତି । ଏପରିକି ପିଇବା ପାଣି ଆଣିବାକୁ ଗାଁ ନଳକୂଅ ଆଉ କୂଅ ବି ସେମାନଙ୍କ ପାଇଁ ମନା ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories