www.samajalive.in
Friday, December 5, 2025
27.1 C
Bhubaneswar

୪ଟି ଯାଆଁଳା ସନ୍ତାନ ଜନ୍ମ ଦେଲେ ସୀତାପୁରର ଜଣେ ମହିଳା, ସମସ୍ତେ ସୁସ୍ଥ

ସୀତାପୁର : ଜଣେ ମହିଳା ଚାରିଟି ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲାର ଭଦମାରା ଗ୍ରାମରେ ଶୁକ୍ରବାର ଦିନ ମହିଳା ଜଣକ ଘରେ ଚାରିଟି ନବଜାତଙ୍କୁ ଜନ୍ମ ଦେଇଥିଲେ। ପରେ ସେମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଠିକ୍ ଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭଦମାରା ଗ୍ରାମ ନିବାସୀ ମୁନ୍ନୁ ଲାଲ ଭରଗବାଙ୍କ ପତ୍ନୀ ମୌସୁମ ଦେବୀ ଶୁକ୍ରବାର ଅପରାହ୍ନ ୫ଟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ମୁନ୍ନୁ ଲାଲ ସ୍ୱାସ୍ଥ୍ୟ ବିଭାଗର ୧୦୨ ନମ୍ବର ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସଟି ମୁନ୍ନୁ ଲାଲଙ୍କ ଘରେ ପହଞ୍ଚିଥିଲା ଏବଂ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଡାକ୍ତରଖାନା ଯିବା ପୂର୍ବରୁ ମୌସମ ହଠାତ୍ ଘରେ ଚାରିଟି ପିଲା ଜନ୍ମ ଦେଇଥିଲେ। ନବଜାତମାନଙ୍କ ମଧ୍ୟରେ ୩ଟି ଶିଶୁକନ୍ୟା ରହିଥିବା ବେଳେ ଜଣେ ଶିଶୁପୁତ୍ର ରହିଛି। ସେମାନଙ୍କ ଓଜନ ୫ କେଜିରୁ ଅଧିକ ରହିଛି ଏବଂ ସେମାନଙ୍କ ଜୀବନ ଉପରେ କୌଣସି ବିପଦ ନଥିବା ଜଣାଯାଇଛି। ମୁନ୍ନୁ ଲାଲଙ୍କ ୪ଟି ଯାଆଁଳା ସନ୍ତାନଙ୍କୁ ଦେଖିବା ପାଇଁ ଘରେ ଭିଡ ଜମିଛି। ଏମାନଙ୍କୁ ମିଶାଇ ମୁନ୍ନୁ ଲାଲ ମୋଟ ୭ଟି ସନ୍ତାନର ପିତା ହୋଇଛନ୍ତି। ପୂର୍ବରୁ ମୁନ୍ନୁଙ୍କର ୩ଟି ସନ୍ତାନ ଥିଲା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories