ନୂଆଦିଲ୍ଲୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚୟୁ) ନିଜ ଅଫିସିଆଲ ୱେବସାଇଟରେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପ୍ରବେଶିକା ପରୀକ୍ଷା ୨୦୨୦ର ସମୟ ସାରଣୀ ଘୋଷଣା କରିଛି। ଯେଉଁ ପ୍ରାର୍ଥୀମାନେ ଚଳିତ ବର୍ଷ ବିଏଚୟୁର ୟୁଇଟି କିମ୍ବା ପିଇଟି ପ୍ରବେଶିକା ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ନୂତନ ଟାଇମ୍ ଟେବୁଲ୍କୁ ବିସ୍ତୃତ ଭାବରେ ଦେଖିପାରିବେ। ବିଏଚୟୁ ପୋର୍ଟାଲ www.bhuonline.in ଉପରେ କ୍ଲିକ୍ କରି ସୂଚନା ପାଇପାରିବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ବିଏଚୟୁର ପ୍ରବେଶିକା ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୪ ଅଗଷ୍ଟରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୯ ସେପ୍ଟେମ୍ବରରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।
କେଉଁ ପର୍ଯ୍ୟାୟରେ କି ପରୀକ୍ଷା:
ବିଏଚୟୁ କାର୍ଯ୍ୟସୂଚୀ ଅନୁଯାୟୀ, ପିଜି ଓ ୟୁଜିର ବିଭିନ୍ନ ପରୀକ୍ଷା ଯେପରିକି- ଏଲଏଲବି, ବିଏଡ଼୍, ବିଏଡ଼୍ ସ୍ପେଶାଲ ଏଜୁକେଶନ, ବିପିଏଡ଼୍, ବିଏଫଏ, ବିପିଏ ଆଦି ପ୍ରଥମ ପର୍ଯ୍ୟାୟରେ କରାଯିବ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବାକି ପରୀକ୍ଷାମାନ ଯେପରିକି, ବିଏ(ଅନର୍ସ), ବିଏ(ଅନର୍ସ) ସୋସିଆଲ ସାଇନ୍ସ, ବିକମ୍(ଅନର୍ସ), ବିଏସ୍ସି(ଅନର୍ସ) ଏଜି, ଏଲଏବି(ଅନର୍ସ), ବିଏସ୍ସି(ଅନର୍ସ) ମ୍ୟାଥ୍ ଆଦିର ପରୀକ୍ଷା କରାଯିବ। ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ତାରିଖ ହେଉଛି ୯, ୧୦, ୧୧ ଓ ୧୪ ସେପ୍ଟେମ୍ବର। ଏହି ପରୀକ୍ଷାଗୁଡ଼ିକ ହେଉଛି କମ୍ପ୍ୟୁଟର ଆଧାରିତ, ଯେଉଁଥିରେ ୟୁଇଟିରେ ୬ ସେମିଷ୍ଟାର ଏବଂ ପିଇଟିରେ ୪ ସେମିଷ୍ଟାର ଅଛି। ଏହି ପରୀକ୍ଷାଗୁଡ଼ିକର ତାରିଖ ତୃତୀୟ ଥର ପାଇଁ ବଦଳିଛି। ପରୀକ୍ଷା ସମ୍ବନ୍ଧୀୟ କୌଣସି ବିସ୍ତୃତ ସୂଚନା ଚାହୁଁଥିଲେ ବିଏଚୟୁର ଅଫିସିଆଲ ୱେବସାଇଟ ଦେଖିପାରିବେ।



