www.samajalive.in
Sunday, December 7, 2025
14.1 C
Bhubaneswar

ଭାରତର ଆର୍ଥିକ ଅଭିବୃଦ୍ଧି ହାର ବହୁ ତଳକୁ ଖସିଯିବ: ବିଶ୍ବବ୍ୟାଙ୍କ

ୱାଶିଂଟନ: କରୋନା ଭୂତାଣୁ ମହାମାରୀ ରୂପ ନେବା ପରେ ସାରା ବିଶ୍ବର ଅର୍ଥବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଦେଇଛି। ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଜବରଦସ୍ତ ଝଟ୍‌କା ଦେଇଛି, ଯାହାଫଳରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ବହୁତ ନିମ୍ନଗାମୀ ହେବ ବୋଲି ବିଶ୍ବ ବ୍ୟାଙ୍କ କହିଛି।

ରବିବାର ବିଶ୍ବ ବ୍ୟାଙ୍କ ‘ଦକ୍ଷିଣ ଏସିଆର ଅର୍ଥବ୍ୟବସ୍ଥା ଉପରେ ସର୍ବଶେଷ ଆକଳନ: କୋଭିଡ-୧୯ର ପ୍ରଭାବ’ ଶୀର୍ଷକ ରିପୋର୍ଟରେ କହିଛି ଯେ, ୨୦୧୯-୨୦ରେ ଭାରତୀୟ ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇ ୫% ରହିବ। ଏହାବ୍ୟତୀତ ୨୦୨୦-୨୧ରେ ତୁଳନାତ୍ମକ ଆଧାରରେ ଅର୍ଥନୈତିକ ଅଭିବୃଦ୍ଧି ହାରରେ ବହୁ ପରିମାଣରେ ହ୍ରାସ ଘଟିପବା ସହିତ ଏହା ୨.୮%ରେ ରହିବ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, କୋଭିଡ-୧୯ର ଝଟ୍‌କା ଏଭଳି ସମୟରେ ଲାଗିଛି, ଯେତେବେଳେ ଆର୍ଥିକ କ୍ଷେତ୍ର ଉପରେ ଚାପ ଯୋଗୁ ଭାରତୀୟ ଅର୍ଥବ୍ୟବସ୍ଥା ପୂର୍ବରୁ ମାନ୍ଦାବସ୍ଥାରେ ରହିଥିଲା। ଏହି ମହାମାରୀ ଉପରେ ଅଙ୍କୁଶ ଲଗାଇବାକୁ ସରକାର ଦେଶବ୍ୟାପୀ ଲକଡାଉନ ଲାଗୁ କରିଛନ୍ତି। ଏହାଦ୍ବାରା ଲୋକଙ୍କ ଗତିବିଧି ବନ୍ଦ ହୋଇଯାଇଥିବାବେଳେ ବିଭିନ୍ନ ସାମଗ୍ରୀ ଯୋଗାଣକୁ ପ୍ରଭାବିତ କରିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories