www.samajalive.in
Saturday, December 6, 2025
26.1 C
Bhubaneswar

ଭାରତକୁ ୧୦୦ କୋଟି ଡଲାର ଦେବ ବିଶ୍ଵବ୍ୟାଙ୍କ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ବିଶ୍ଵବ୍ୟାଙ୍କ ଭାରତକୁ ବଡ଼ ସହାୟତା ଘୋଷଣା କରିଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ବିଶ୍ଵବ୍ୟାଙ୍କ ପକ୍ଷରୁ ୧୦୦ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୭୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଦେବାକୁ ଘୋଷଣା କରିଛି। ସ୍ବତନ୍ତ୍ର ସାମାଜିକ ନିରାପତ୍ତା ପ୍ୟାକେଜ ଏବଂ ସହରାଞ୍ଚଳ ଗରିବ ଓ ପ୍ରବାସୀ ପ୍ୟାକେଜରେ ଏହି ସହାୟଦା ପ୍ରଦାନ କରିବ। ଏହା ପୂର୍ବରୁ କରୋନା ବିରୋଧରେ ଲଢ଼େଇ ପାଇଁ ବ୍ରିକ୍ସ ଦେଶଗୁଡ଼ିକର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ(ଏନଡିବି) ଭାରତକୁ ୧୦୦ କୋଟି ଡଲାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲା।

ବିଶ୍ଵବ୍ୟାଙ୍କର ଭାରତ ନିର୍ଦେଶକ ଜୁନୈଦ ଅହମ୍ମଦ କହିଛନ୍ତି, ସାମାଜିକ ଦୂରତା ଏବଂ ଲକ୍‌ଡାଉନ ଯୋଗୁ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଗରିବ କଲ୍ୟାଣ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଫଳରେ ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରକ୍ଷା କରିବାରେ ସହାୟତା ମିଳିପାରିବ। ବିଶ୍ଵବ୍ୟାଙ୍କରୁ ମିଳିବାକୁ ଥିବା ଅର୍ଥରେ ଦେଶରେ କରୋନା ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା, କୋଭିଡ-୧୯ ହସ୍ପିଟାଲ ବିକାଶ ଓ ଲାବରେଟୋରି ପ୍ରସ୍ତୁତରେ ଖର୍ଚ୍ଚ କରାଯାଇପାରିବ। ବିଶ୍ଵବ୍ୟାଙ୍କ ପୂର୍ବରୁ ୨୫ ବିକାଶଶୀଳ ଦେଶକୁ ପ୍ୟାକେଜ୍‌ ଦେବାକୁ ପ୍ରସ୍ତାବ ଦେଇଥିଲା।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories