www.samajalive.in
Saturday, December 6, 2025
26.1 C
Bhubaneswar

ରାହୁଳ ବି କହିଲେ- ‘‘ ମୋଦୀ ହୈ ତୋ ମୁମକିନ୍ ହୈ’’

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି । ଆଜି ସେ ପୁଣି ମୋଦୀ ଓ ତାଙ୍କ ସରକାରକୁ ନିଶାଣ କରିଛନ୍ତି । ଜିଡ଼ିପି ପ୍ରସଙ୍ଗରେ ସେ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି – ‘‘ମୋଦୀ ହୈ ତୋ ମୁମକିନ୍ ହୈ ।

ପ୍ରଥମଥର ପାଇଁ ରାହୁଳ ଏହି ସ୍ଲୋଗାନରେ ସ୍ବର ମିଳାଇଛନ୍ତି । ଏହି ସ୍ଲୋଗାନରେ ସେ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହାପୂର୍ବରୁ ସେ ସୁଟବୁଟ୍ ସରକାର ବୋଲି ମୋଦୀ ସରକାରଙ୍କୁ ସମାଲୋଚନା କରିଥିବା ନଜିର ରହିଛି ।

- Advertisement -

ରାହୁଳ ନିଜ ଟ୍ବିଟରରେ ବିଜିନେସ ଷ୍ଟାଣ୍ଡାର୍ଡ଼ର ଏକ ଖବରକୁ ସେୟାର କରିଛନ୍ତି । ଏହି ଖବର ଇନଫୋସିସ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନାରାୟଣ ମୂର୍ତିଙ୍କ ଏକ ମନ୍ତବ୍ୟ ଉପରେ ଆଧାରିତ । ଏଥିରେ କୁହାଯାଇଥିଲା ଯେ ୧୯୪୭ ପରେ ଦେଶର ଜିଡ଼ିପି ଅଭିବୃଦ୍ଧି ପ୍ରଥମଥର ପାଇଁ ତଳକୁ ଖସିବାର ସମ୍ଭାବନା ରହିଛି ।

ମଙ୍ଗଳବାର ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର୍.ନାରାୟଣ ମୂର୍ତି ଦେଶର ଅଭିବୃଦ୍ଧି ହାର ସ୍ବାଧୀନତା ପରେ ସବୁଠାରୁ ଖରାପ ସ୍ଥିତିରେ ରହିପାରେ ଓ ଅର୍ଥବ୍ୟବସ୍ଥାକୁ ତୁରନ୍ତ ପୁନଃସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସେ ଆଶଙ୍କା କରିଥିଲେ ଯେ ସ୍ବାଧୀନତା ପରେ ଦେଶର ଜିଡ଼ିପି ସ୍ବାଧୀନତା ପୂର୍ବର ସ୍ଥିତିରେ ପହଞ୍ଚି ପାରେ । ଏହା ସହ ସେ ଦେଶର ଅର୍ଥବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ପ୍ରତ୍ୟେକ ବ୍ୟବସାୟୀଙ୍କୁ ପୂର୍ଣ୍ଣ କ୍ଷମତା ସହ କାମ କରିବାର ଅନୁମତି ଦିଆଯିବା ଉପରେ ଗୁରୁତ୍ଵ ଦେଇଥିଲେ । ଏହା ସହିତ ବୈଶ୍ଵିକ ଜିଡ଼ିପି ନିମ୍ନଗାମୀ ହେଉଥିବା ଓ ବୈଶ୍ଵିକ ଜିଡ଼ିପି ୧୦% ପର୍ଯ୍ୟନ୍ତ ତଳକୁ ଖସିପାରେ ବୋଲି ସେ ଆଶଙ୍କା କରିଥିଲେ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories