www.samajalive.in
Monday, December 15, 2025
16.1 C
Bhubaneswar

ସୁଆଦିଆ ଆଳୁ କଟଲେଟ୍

ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଆଳୁ ପରିବାଟି ଆବଶ୍ୟକ ପରିମାଣରେ ମହଜୁଦ୍ ଅଛି। ମଧୁମେହ ରୋଗୀଙ୍କ ବ୍ୟତୀତ ଅନ୍ୟମାନେ କମ୍‌ବେଶୀ ଆଳି ପ୍ରସ୍ତୁତ ବ୍ୟଞ୍ଜନ ଖାଇପାରିବେ। ଆଳୁକୁ ବ୍ୟବହାର କରି ପ୍ରସ୍ତୁତ କରନ୍ତୁ ସୁଆଦିଆ କଟଲେଟ୍। କମ୍ ସମୟରେ ମଧ୍ୟ ଏହା ପ୍ରସ୍ତୁତ ହୋଇଯିବ।

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ ବଡ଼ ୪ଟି, ପିଆଜ ଫାଳେ ଚୂନାଚୂନା କଟା, ରସୁଣ ୨ ପାଖୁଡ଼ା ଚୂନା କଟା, ଧନିଆ ପତ୍ର ଅଳ୍ପ, ଗରମ ମସଲା ଅଧ ଚାମଚ, ଜିରା ଗୁଣ୍ଡ ଅଧ ଚାମଚ, ଆମଚୁର ପାଉଡର ଅଧ ଚାମଚ, ଚାଉଳ ଗୁଣ୍ଡ ୧କପ୍, ଲୁଣ ସ୍ବାଦାନୁସାରେ, ତେଲ ୫ଚାମଚ।

- Advertisement -

ପ୍ରସ୍ତୁତି: ପ୍ରଥମେ ସିଝା ଆଳୁକୁ ଭଲଭାବେ ଚକଟିନେବେ। ସେଥିରେ ସମସ୍ତ ସାମଗ୍ରୀ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ୧୦ ମିନିଟ୍ ସେହି ପାତ୍ରକୁ ଘୋଡ଼ାଇ ରଖିବେ। ଗୋଟିଏ ତାୱା ନେଇ ଚୁଲାରେ ବସାଇ ତେଲ ଗରମ କରନ୍ତୁ। ଏପାଖେ ଆଳୁ ଚକଟାକୁ ଗୋଲଗୋଲ ଆକାର ଦେଇ ତେଲରେ ଭାଜିବା ପାଇଁ ତାୱାରେ ରଖନ୍ତୁ। ଦୁଇ ପାଖ ହାଲକା ବାଦାମୀ ରଙ୍ଗ ହେବା ପରେ କାଢ଼ିନେବେ। କଟଲେଟକୁ ତେଲରେ ଛାଣିବା ପରିବର୍ତ୍ତେ ଏଇ ଉପାୟରେ ଭାଜିନେବା ଭଲ। ପିଲାଙ୍କୁ ସନ୍ଧ୍ୟା ଜଳଖିଆରେ ଟମାଟୋ ସସ୍‌ ସହ ମିଶାଇ ଖାଇବାକୁ ଦିଅନ୍ତୁ। ସେମାନଙ୍କୁ ଖୁବ୍ ପସନ୍ଦ ଆସିବ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories