ଉପକାରୀ ତୁଳସୀ ମଞ୍ଜି
ମହୌଷଧି ଭାବେ ଜଣାଯାଉଥିବା ତୁଳସୀ ପତ୍ର ପରି ଏହାର ମଞ୍ଜି ମଧ୍ୟ ଖୁବ୍ ଉପକାରୀ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ତୁଳସୀ ମଞ୍ଜିକୁ ଶୁଖାଇ ଗୁଣ୍ଡ କରି ଆପଣ ନିୟମିତ ଚା’ରେ ଅଧ ଚାମଚ ମିଶାଇ ପିଇପାରିବେ। ଶରୀରର ରେଗାପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ସହାୟକ। ଅନ୍ୟପାଖେ କାକୁଡ଼ି, ଟମାଟୋ ସାଲାଡରେ ମଧ୍ୟ ତୁଳସୀ ମଞ୍ଜିଗୁଣ୍ଡ ଅଳ୍ପ ମିଶାଇ ପାରନ୍ତି। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରୁଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ଏହି ତୁଳସୀ ମଞ୍ଜି ତ୍ବଚା ଓ କେଶ ଚର୍ଚ୍ଚାରେ ସାହାଯ୍ୟ କରିଥାଏ। କୌଣସି ଏକ ପ୍ୟାକ୍ ତ୍ବଚା ପାଇଁ ପ୍ରସ୍ତୁତ କରୁଥିଲେ, ସେଥିରେ ଅଳ୍ପ ପରିମାଣର ତୁଳସୀ ମଞ୍ଜି ମିଶାଇ ଲଗାଇବେ। ଏହା ବିଭିନ୍ନ ଦାଗ ଦୂର କରିବାରେ ସହାୟକ।
Comments are closed.