www.samajalive.in
Sunday, December 14, 2025
17.1 C
Bhubaneswar

ଅଣ୍ଡା ଖାଇ ସୁସ୍ଥ ରୁହନ୍ତୁ

ପିଲା ଓ ଯୁବବର୍ଗ ନିୟମିତ ଭାବେ ଅଣ୍ଡା ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହିତକାରୀ। ମହିଳାମାନେ ପ୍ରତ୍ୟହ ଅଣ୍ଡା ଖାଇବା ଆବଶ୍ୟକ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ବୟସ୍କ ପିଢ଼ି ଅଣ୍ଡା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସପ୍ତାହରେ ୩-୬ଟି ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। କିଶୋର ସମୟରୁ ପ୍ରତ୍ୟହ ଅଣ୍ଡା ଖାଇଲେ ବୟସ ବଢ଼ିଲେ ହୃଦ୍‌‌ରୋଗ, ରକ୍ତଚାପଜନିତ ରୋଗ ହେବାର ଆଶଙ୍କା ଅପେକ୍ଷାକୃତ କମ୍ ହୋଇଥାଏ। ଅଣ୍ଡାରେ ଥିବା ବିଭିନ୍ନ ପ୍ରକାରର ପୋଷକତତ୍ତ୍ବ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ୨୦୧୯ ସେପ୍ଟେମ୍ବରରେ ୧ଲକ୍ଷ ଲୋକଙ୍କୁ ସାମିଲ କରାଯାଇ ନ୍ୟୁଜିଲାଣ୍ଡରେ ଏକ ଗବେଷଣା ହୋଇଥିଲା। ଏମାନଙ୍କୁ ସାପ୍ତାହିକ ଭାବେ ୩-୬ଟି ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଏହି ବର୍ଗର ଲୋକଙ୍କ ଓଜନ ନିୟନ୍ତ୍ରଣରେ ରହିବା ସହ ରକ୍ତଚାପ ମଧ୍ୟ ଠିକ୍ ରହୁଥିଲା। ତେବେ ଅଧିକ ପରିମାଣର ଅଣ୍ଡା ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories