ଫେସବୁକରେ ‘କରୋନା ଜିହାଦ’ ପୋଷ୍ଟ କରି ଯୁବକ ଗିରଫ
ସମାଜ ପୋର୍ଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ମିଥ୍ୟା ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପଡ଼ିଆ ଗ୍ରାମର ବୋଲି ଜଣାପଡ଼ିଛି। ସେ ନିଜ ଫେସବୁକ ଏକାଉଂଟରେ କୋରନା ଜିହାଦ ନାମକ ଏକ ପୋଷ୍ଟ କରିଥିଲେ। ଖବର ପାଇ ପଡ଼ିଆ ଥାନା ଏସଆଇ ସି.କେ ତାଣ୍ଡି ତଦନ୍ତ କରି ଏହା ଏକ ଗୁଜବ ହୋଇଥିବା ଜାଣିବାକୁ ପାଇଥିଲେ। ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପୋଷ୍ଟ କରିଥିବା ଜଣାପଡ଼ିଛି। ପରେ ପଡ଼ିଆ ଥାନାରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି।
Comments are closed.