ଓବିଓଆର ଦେଇଗଲା କରୋନା : ପଙ୍ଗୁ ପାଲଟିଛନ୍ତି ଇଟାଲୀ ଓ ଇରାନ୍
ନୂଆଦିଲ୍ଲୀ : ଏକ ବିଦେଶୀ ମିଡ଼ିଆର ରିପୋର୍ଟ ଅନୁଯାୟୀ ଇରାନ ଓ ଇଟାଲୀରେ ବ୍ୟାପୁଥୁବା କରୋନା ସଂକ୍ରମଣ ପାଇଁ ଚୀନ୍ର ‘ୱନ ବେଲ୍ଟ ୱନ ରୋଡ଼ (ଓବିଓଆର) ଦାୟୀ। ଚୀନ୍ଠାରୁ ଦୀର୍ଘ କିମି ବ୍ୟବଧାନରେ ଇଟାଲୀ ଓ ଇରାନ ଅବସ୍ଥିତ ଥିଲେ ହେଁ ଓବିଆର ପାଇଁ ଏହି ଦୁଇ ଦେଶ କରୋନା ସଂକ୍ରମିତ ହୋଇଛନ୍ତି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଭାରତରେ ଏହା ଏତେ ବିପଦ ପାଲଟି ନାହିଁ, ଯେତେ ଇରାନ ଓ ଇଟାଲୀରେ ହୋଇଛି। ଚୀନ୍, ଇଟାଲୀ ଓ ଇରାନରେ କରୋନା ଭୂତାଣୁ ସମାଜକୁ ଗ୍ରାସ କରି ସାରିଲାଣି, ଭାରତରେ ଏପରି ହୋଇ ନାହିଁ।
ଚୀନ୍ର ଉହାନ ପ୍ରଦେଶରୁ ଏହି ଭୂତାଣୁର ସୃଷ୍ଟି ହୋଇଥିଲା। ଗତ ବର୍ଷ ଡିସେମ୍ବର ମାସରେ ଚୀନ୍ ଅଧିକାରୀମାନେ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଉହାନ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜି ପ୍ରତିଷ୍ଠାନରୁ ଏହି ଭୂତାଣୁ ସୃଷ୍ଟି ହୋଇଥିବା କେତେକ ମତ ଦିଅନ୍ତି। ଚୀନାମାନେ ଏପରି ଜୈବିକ ଅସ୍ତ୍ର ନିର୍ମାଣ କରିଥିବା ଆମେରିକୀୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଆଉ କେତେକ ଚୀନ୍ବାସୀଙ୍କ ଖାଦ୍ୟପେୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଭୂତାଣୁ ‘ସାର୍ସ’ ପରି ା ତେଣୁ ଏହା ପଶୁଙ୍କ ଶରୀରୁ ଆସି ପାରିଥାଏ ବୋଲି କେତେକ ବୈଜ୍ଞାନିକ ମତ ଦିଅନ୍ତି। ଏହି ଭୂତାଣୁକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଭୂତାଣୁ ବୋଲି କହୁଛନ୍ତି। କରୋନା ପ୍ରଥମ ଭୂତାଣୁ ନୁହେଁ, ଯାହା ଚୀନ୍ରୁ ଉତ୍ପତ୍ତି ହୋଇଛି। ୨୦୦୨ରେ ବିଶ୍ବରେ ସାର୍ସ ଭୂତାଣୁ ସଂକ୍ରମିତ ହୋଇଥିଲା। ଏହା ପ୍ରଭାବରେ ବିଶ୍ବରେ ୭୭୩ ଲୋକଙ୍କ ମୃତ୍ୟୁ ଘଟିଥିଲା। ପ୍ରଶ୍ନ ଉଠୁଛି ବାରମ୍ବାର ଚୀନ୍ରେ ଏପରି ମାରାତ୍ମକ ଭୂତାଣୁ କିପରି ସୃଷ୍ଟି ହେଉଛି। ଏହାର ଉତ୍ପତ୍ତି ସ୍ଥାନ ଥିଲା ଚୀନ। ବିଶ୍ବରେ ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଚୀନ୍ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି କି ? କରୋନା ଭୂତାଣୁ ସଂକ୍ରାନ୍ତରେ ପ୍ରଥମେ ଲୋକଲୋଚନକୁ ଆଣିଥିବା ଜଣେ ଡାକ୍ତରଙ୍କୁ ଚୀନ୍ ସରକାର ଯେପରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ସେ ସଂକ୍ରାନ୍ତରେ ବିଶ୍ବବାସୀ ଜାଣନ୍ତି। ଶେଷରେ ଏହି ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। କହିବାକୁ ଗଲେ ସମ୍ପୂର୍ଣ୍ଣ ଦୁନିଆ ଏବେ କରୋନା ସଂକ୍ରମିତ ା ତେବେ ଇଟାଲୀ ଓ ଇରାନରେ ଏହା ବ୍ୟାପକ ଭାବେ ସଂକ୍ରମିତ ହୋଇ ଚାଲିଛି। ଇଟାଲୀରେ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଗତକିଛି ଦିନ ହେଲା ନିଜ ସ୍ବାର୍ଥ ସାଧନ ପାଇଁ ଚୀନ୍ ଓବିଓଆର କାର୍ଯ୍ୟକୁ ଦ୍ରୁତ ଗତିରେ ଶେଷ କରିବା ପାଇଁ ଉଦ୍ୟମ ଚଳାଇଛି। ଇଟାଲୀ ଓ ଇରାନ ଏହି ବୃହତ୍ ପରିଯୋଜନାର ଅଂଶୀଦାର ଅଛନ୍ତି। ଇଟାଲୀର ୪ଟି ବନ୍ଦରକୁ ଚୀନା ଇଞ୍ଜିନିୟରମାନେ ଅକ୍ତିଆର କରିଛନ୍ତି। ତେଣୁ ଏହି ଦେଶରେ ସର୍ବଦା ଚୀନାମାନେ ଯାତାୟାତ କରିଥା’ନ୍ତି। ଚଳିତ ବର୍ଷ ୩୧ ଜାନୁଆରୀରେ ଇଟାଲୀରେ ପ୍ରଥମ କରୋନା ସଂକ୍ରମିତ ମାମଲା ଲୋକଲୋଚନକୁ ଆସିଥିଲା। ଅନ୍ୟପଟେ ଇରାନ ଦୀର୍ଘଦିନ ହେଲା ଆମେରିକାର ଆର୍ଥିକ ପ୍ରତିବନ୍ଧକୁ ସହ୍ୟ କରି ଆସୁଛି। ଏଥିରୁ ନିସ୍ତାର ପାଇବା ପାଇଁ ଚୀନ୍ର ଓବିଓଆର ପରିଯୋଜନାରେ ଏହି ଦେଶ ନିଜକୁ ସାମିଲ କରିଛି। ୨୦୧୯ରେ ଏହି ଦେଶ ଚୀନ୍ ସହ ଔପଚାରିକ ଭାବେ ଓବିଓଆରରେ ସ୍ବାକ୍ଷର କରିଥିଲା। ପଶ୍ଚିମ ଚୀନ୍ରୁ ଇରାନ ଦେଇ ହଜାର କି.ମି ଦୂର ତୁର୍କୀକୁ ଏକ ରେଳ ଲାଇନ ଯିବ। ଏଥିପାଇଁ ଇରାନରେ ଚୀନ୍ ଶ୍ରମିକ ଓ ଇଞ୍ଜିନିୟରମାନେ କାର୍ଯ୍ୟ ଜାରି ରଖିଛନ୍ତି। ଚୀନ୍ ଏଥିପାଇଁ ମୋଟା ଅଙ୍କର ଅର୍ଥ ଇରାନକୁ ଦେଇଛି। ଏହି ପରିଯୋଜନା ପାଇଁ ଚୀନ୍ ଶ୍ରମିକ, ବ୍ୟବସାୟୀ ଓ ଇଞ୍ଜିନିୟର ଇରାନରେ ରହି ଆସୁଛନ୍ତି। ଏହାର ପରିଣାମ ଭୋଗ କରିଛନ୍ତି ଦୁଇ ଦେଶ ଇଟାଲୀ ଓ ଇରାନ।
Comments are closed.