କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଆଳିରେ ଡ଼ାକ୍ତରଙ୍କୁ ମାଡ଼ ଅଭିଯୋଗରେ ଗୁରୁବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ହୋଇଛି। ଜରୁରୀକାଳିନ ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିଛି। ଫଳରେ ରୋଗୀମାନେ ହନ୍ତସନ୍ତ ହୋଇଛନ୍ତି। ସୂଚନା ଯୋଗ୍ୟ, ବୁଧବାର ରାତିରେ ଜଣେ ଡ଼ାକ୍ତରଙ୍କୁ ୪ ଜଣ ଯୁବକ ମାଡ଼ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସିଡ଼ିଏମଓଙ୍କୁ ସାକ୍ଷାତ କରିବାକୁ ଡ଼ାକ୍ତର ଯାଇଥିଲେ ବୋଲି ଜଣାପଡ଼ିଛି। ଏହାସହ ଡ଼ାକ୍ତରଙ୍କୁ ସମର୍ଥନ କରି ଅନ୍ୟ ସମସ୍ତ କର୍ମଚାରୀମାନେ ମଧ୍ୟ କାର୍ଯ୍ୟବନ୍ଦ କରିଛନ୍ତି।
ଡ଼ାକ୍ତରଙ୍କୁ ମାଡ଼ ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ; ରୋଗୀ ହନ୍ତସନ୍ତ
Popular Categories



