www.samajalive.in
Saturday, December 6, 2025
23.1 C
Bhubaneswar

ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲାରେ କାର୍ଯ୍ୟରତ ଜଣେ ମୃତ୍ତିକା ସଂରକ୍ଷଣ ଅଧିକାରୀ (ଏସସିଓ)ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ନାମ ହେଉଛି ସୁରେଶ ମଲ୍ଲିକ। ଟାଉନ ଥାନା ପୁଲିସ ମୃତ୍ତିକା ସଂରକ୍ଷଣ ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ ସୁରେଶଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିବା ସହିତ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ସୁରେଶ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ବି ସ୍ପଷ୍ଟ ହୋଇନାହିଁ। ପୁଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଛି। ସୁରେଶଙ୍କ ଘର କେନ୍ଦ୍ରାପଡ଼ା ଜିଲାର ଅବଦଲପୁରରେ। ସେ ଯାଜପୁର ଜିଲାରେ ନିଯୁକ୍ତି ପାଇଥିବାବେଳେ ବରୀ ବ୍ଲକ ଦାୟିତ୍ଵରେ ଥିଲେ ବୋଲି ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories