www.samajalive.in
Saturday, December 6, 2025
23.1 C
Bhubaneswar

ମିଲେଟ ମିଶନ: ପ୍ରଚାର ବେଶୀ, ଉତ୍ପାଦନ କମ୍

ଧର୍ମଗଡ଼: ସରକାର ଧାନ ବ୍ୟତୀତ ପାରମ୍ପରିକ ପୌଷ୍ଟିକ ଯୁକ୍ତ ଆହାର‌ ପାଇଁ ମିଲେଟ ଚାଷକୁ ଏକ ମିଶନରେ ପରିଣତ କରିଥିଲେ। କଳାହାଣ୍ଡିରେ କୋକସରା, ଗୋଲାମୁଣ୍ଡା ଓ ମଦନପୁର ରାମପୁର ବ୍ଲକକୁ ପାଇଲଟ ପ୍ରୋଜେକ୍ଟ‌ ହିସାବରେ ନେଇ ମିଲେଟ ଚାଷ ବିଶେଷତଃ ମାଣ୍ଡିଆ ଚାଷକୁ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅନେକ ସ୍ଥାନରେ କେବଳ କାଗଜପତ୍ରରେ ମାଣ୍ଡିଆ ଚାଷ ହେଉଥିବା ଅଭିଯୋଗ ହୋଇଛି। ବୁଧବାର କୋକସରା ସମିତି ବୈଠକରେ ଏନେଇ ଉଦବେଗ ପ୍ରକାଶ ପାଇଥିଲା। ବ୍ଲକ ଅଧ୍ୟକ୍ଷ ରାଜୁ ଅଗ୍ରଓ୍ଵାଲ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ। ବୈଠକରେ ଉପସ୍ଥିତ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ମଧ୍ୟ ମିଲେଟ ମିଶନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଥିଲେ।

ସୂଚନାଯୋଗ୍ୟ ଯେ, ମିଲେଟ ମିଶନରେ ଚାଷ ପାଇଁ ହିତାଧିକାରୀଙ୍କୁ ବିହନ ଯୋଗାଣ ସହ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଏ। ୭୫୦୦-୪୫୦୦ ମଧ୍ୟରେ ଏହି ପ୍ରୋତ୍ସାହନ ରାଶି ମିଳିଥାଏ। ଅମଳ ପରେ ତା’ର ବିକ୍ରୟ ବ୍ୟବସ୍ଥା ମଧ୍ୟ ସରକାରୀ ସ୍ତରରେ ହୋଇଥାଏ। କିନ୍ତୁ କୋକସରାରେ କମ ଜମିରେ ଚାଷ ହୋଇ ବ୍ୟାପକ ଚାଷ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଏପରିକି କିଛି ହିତାଧିକାରୀଙ୍କୁ ଦୁଇ ଶହ ଲେଖାଏଁ ଟଙ୍କା ଦେଇ ସେମାନଙ୍କଠାରୁ ବାକିତକ ପ୍ରୋତ୍ସାହନ ରାଶି ଉଠାଣ କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ପ୍ରୋକ୍ୟୁରମେଣ୍ଟ ନାଁରେ ମଧ୍ୟ ରାଜ୍ୟ ବାହାରୁ ମାଣ୍ଡିଆ ଆଣି ପୁଣି ଥରେ ତାକୁ ଏଠାରେ କ୍ରୟ କରାଯାଇ ସରକାରୀ ଅର୍ଥ ଲୁଟ୍ କରୁଥିବା ଅଭିଯୋଗ ହେଉଛି। ମିଲେଟ ମିଶନ ଯୋଜନାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

- Advertisement -

ଉ​‌ଲ୍ଲେଖ​‌ଯୋଗ୍ୟ, କୋକସରାରେ ପ୍ରଥମ ପର୍ଯ୍ୟାୟରେ ୫୫୫ ହେକ୍ଟରରେ ଚାଷ କରାଯାଇଥିଲା। ଚଳିତ ବର୍ଷ ୮୮୫ ହେକ୍ଟର ଜମିରେ ମିଲେଟ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୧୬ ମସିହାରେ ତତ୍କାଳୀନ ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ୨୦୧୭-୧୮ରେ ୭ଟି ଜିଲ୍ଲାର ୩୦ଟି ବ୍ଲକ, ୨୦୨୦-୨୧ରେ ୧୫ଟି ଜିଲ୍ଲାର ୮୪ ବ୍ଲକ, ୨୦୨୨-୨୩ରେ ୧୯ଟି ଜିଲ୍ଲାର ୧୪୨ ବ୍ଲକକୁ ସଂପ୍ରସାରଣ କରାଯାଇଥିଲା। ତେବେ ଏହି ମିଶନରେ ଚାଷୀ ଲାଭବାନ ହେବା ବଦଳରେ ଏନଜିଓ ମାଲିକମାନେ ମାଲାମାଲ ହେଉଥିବା ଅଭିଯୋଗ ହେଉଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories