www.samajalive.in
Sunday, December 7, 2025
14.1 C
Bhubaneswar

ଅସ୍ଥିର ପୁଞ୍ଜିବଜାର – ୧୨ ବର୍ଷ ପରେ ୪୫ ମିନିଟ୍‌ ଟ୍ରେଡିଂ ବନ୍ଦ

ମୁମ୍ବଇ: ଭାରତୀୟ ସେୟାର ବଜାର ଉପରେ ଛାଇ ରହିଛି କରୋନାର ପ୍ରଭାବ। ଗୁରୁବାର ପରି ଶୁକ୍ରବାର ମଧ୍ୟ ଭାରତୀୟ ପୁଞ୍ଜି ବଜାରରେ କାରବାର ଅସ୍ଥିର ରହିଥିଲା। ଯଦିବା କାରବାର ଶେଷ ବେଳକୁ ବଜାର​‌େ​‌ର ଉତ୍ସାହ ଦେଖିବାକୁ ମିଳିଥିଲା ତଥାପି ବଜାରର ସ୍ଥିତିକୁ ନେଇ ଦିନ ତମାମ୍‌ ନିବେଶକଙ୍କ ମନରୁ ଶଙ୍କା ଦୂର ହୋଇ ନ ଥିଲା। ଶୁକ୍ରବାର ସତେ ଯେମିତି ଦଲାଲ ଷ୍ଟ୍ରିଟ୍‌ରେ ଷ୍ଟକ କାରବାରରେ ଛାଇ ଆଲୁଅର ଖେଳ ଚାଲିଥିବା ଭଳି ମନେ ହେଉଥିଲା। କେତେବେଳେ ସେନ୍‌ସେକ୍ସରେ ଢେର ହ୍ରାସ ଘଟିଥିଲା ତ କେତେବେଳେ କାରବାରରେ ସୁଧାର ଆସି ବୃହତ୍‌ ବୃଦ୍ଧି ଦେଖିବାକୁ ମିଳିଥିଲା। ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୨୯୧୯ ପଏଣ୍ଟର ବୃହତ୍‌ ହ୍ରାସ ପରେ ଆଜି ୧୩୨୫ ପଏଣ୍ଟ ବୃଦ୍ଧି ଘଟିଥିଲା। ପୁଞ୍ଜି ବଜାରରେ ବୃହତ୍‌ ହ୍ରାସ ଦେଖାଦେବାରୁ ଏଭଳି ସ୍ଥିତିରେ ବିଗତ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହଠାତ୍‌ ଟ୍ରେଡିଂକୁ ବନ୍ଦ କରିବାକୁ ପଡିଥିଲା। ଶେଷରେ ବ୍ୟାଙ୍କିଙ୍ଗ୍‌, ଅର୍ଥ, ଶକ୍ତି କ୍ଷେତ୍ରର ଷ୍ଟକଗୁଡିକ ଉତ୍ତମ ପ୍ରଦର୍ଶନ କରିବା ଯୋଗୁ ବଜାରରେ ଉତ୍ସାହ ଫେରିଥିଲା।

ତେବେ ବିଗତ ୪ କାରବାର ଦିବସରେ ବଜାର କାରବାର ଭଲ ନ ରହିବା ​‌େ​‌ଯାଗୁ ନିବେଶକଙ୍କୁ ୧୫ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି। ଶୁକ୍ରବାର ପୁଞ୍ଜି ବଜାରରେ କାରବାର ଆରମ୍ଭ ହେବା କ୍ଷଣି ୧୫୦୦ ପଏଣ୍ଟ ବୃଦ୍ଧି ଘଟିଥିବା​‌ବେ​‌େ​‌ଳ ପରେ ଏଥିରେ ହଠାତ୍‌ ୧୦% ହ୍ରାସ ଘଟିଥିଲା। ତେବେ କାରବାର ​‌େ​‌ଶଷ ବେଳକୁ ସେନସେକ୍ସରେ ୧୩୨୫(୧୩୨୫.୩୪) ପଏଣ୍ଟ ଅର୍ଥାତ୍‌ ୪.୦୪ % ବୃଦ୍ଧି ଘଟି ୩୪,୧୦୩.୪୮ ପଏଣ୍ଟରେ କାରବାର ​‌​‌ଶେଷହୋଇଛି। ଦିନର କାରବାରରେ ସେନ୍‌ସେକ୍ସ ସର୍ବନିମ୍ନ ୨୯,୩୮୮.୯୭ ପଏଣ୍ଟରେ ରହିଥିବାବେଳେ ପରବର୍ତ୍ତୀ ସମୟରେ ଏହା ୫୩୮୦ ପଏଣ୍ଟରୁ ଅଧିକ ଉଠିଥିଲା। ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୬୫.୦୫ ପଏଣ୍ଟ ବୃଦ୍ଧି ଘଟି ୯୯୫୫.୨୦ ପଏଣ୍ଟରେ କାରବାର ଶେଷ ହୋଇଛି। ସେୟାର ବଜାରରେ ହ୍ରାସ ବୃଦ୍ଧିକୁ ନଜରରେ ରଖି ବଜାର କାରବାରକୁ ପ୍ରାୟ ୪୫ ମିନିଟ୍‌ ଯାଏ ବନ୍ଦ କରି ଦିଆଯାଇଥିଲା । ଶୁକ୍ରବାର କାରବାରରେ ଟେଲିକମ୍‌, ଧାତବ, ଅର୍ଥ, ତୈଳ ଏବଂ ଗ୍ୟାସ୍‌, ବ୍ୟାଙ୍କିଙ୍ଗ୍‌ ଓ ଶକ୍ତି କ୍ଷେତ୍ରର କାରବାରରେ ଅଧିକ ଉତ୍ସାହ ପରିଲକ୍ଷିତ ହୋଇଥିଲା। ତେବେ ଆଜି ବଜାରରେ ସମସ୍ତ କ୍ଷେତ୍ରର କାରବାର ଭଲ ରହିଥିଲା। ଆମେରିକାରେ ପ୍ରଥମ ୪ କାରବାର ଦିବସରେ ବଜାରରେ ୧୫% ହ୍ରାସ ଘଟିଛି। ଭାରତକୁ ଛାଡିଲେ ଏସିଆର ଅନ୍ୟ ପ୍ରମୁଖ ବଜାରରେ କାରବାର ନକାରାତ୍ମକ ରହିଥିବାବେଳେ ୟୁରୋପୀୟ ବଜାରରେ କାରବାର ଭଲ ରହିଥିଲା।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories