www.samajalive.in
Sunday, December 7, 2025
23.1 C
Bhubaneswar

କେଶ ପାଇଁ ଖରାଦିନିଆ ଟିପ୍ସ

ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ତ୍ୱଚା ସହ ଆମ କେଶର ମଧ୍ୟ ସଠିକ ଭାବେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। କାରଣ ଏହି ଦିନରେ ପ୍ରଦୂଷଣ, ସୂର୍ଯ୍ୟକିରଣ ଆଦି କାରଣରୁ କେଶ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ଓ କେଶ ଶୁଷ୍କ ଓ ରୁଗଣ ଭଳି ଦେଖାଯାଏ। ଏପରି କ୍ଷେତ୍ରରେ ଆପଣଙ୍କୁ ନିଜ କେଶ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଖରାଦିନରେ ଝାଳ କାରଣରୁ ମଧ୍ୟ କେଶ ଅଠା ଭଳି ଲାଗିଥାଏ। କିଛି ସରଳ ଉପାୟରେ କେଶର ଯତ୍ନ ନେଇପାରିବା। ଜାଣନ୍ତୁ ….
ଏହି ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ –
ଏହି ଦିନରେ ଫଳ ଓ ପନିପରିବା ପ୍ରଚୁର ପରିମାଣରେ ଖାଆନ୍ତୁ। ଏହା ଶରୀର ସହ କେଶକୁ ସୁସ୍ଥ ରଖିଥାଏ। କମଳା, ଅମୃତଭଣ୍ଡା, ଜାମୁକୋଳି ଆଦିରେ ଭିଟାମିନ ସି ଅଧିକ ପରିମାଣରେ ରହିଛି। ଯାହା କେଶକୁ ଉପଯୁକ୍ତ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। କେଶକୁ ଶୁଷ୍କ ହେବାକୁ ଦେଇନଥାଏ।
କେଶକୁ ଭଲ ଭାବେ ସଫା କରନ୍ତୁ –
କେଶକୁ ସୁସ୍ଥ ରଖିବାକୁ ହେଲେ ଆପଣ ସପ୍ତାହକୁ ୨ଥର କେଶକୁ ସଫା କରନ୍ତୁ। କେଶ ସଫା କରିବା ପରେ ସେଓର ରସରେ ଅଳ୍ପ ଥଣ୍ଡା ପାଣି ମିଶାନ୍ତୁ। ଏହାପରେ ଏହାକୁ କେଶରେ ଲଗାନ୍ତୁ। କେଶରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଉପକାରୀ। ଖରାର ପ୍ରଭାବରୁ କେଶକୁ ରକ୍ଷା ମଧ୍ୟ କରିଥାଏ।
କେଶ ମୂଳରେ ସ୍କ୍ରବ କରନ୍ତୁ –
ସପ୍ତାହକୁ ୩ ରୁ ୪ଥର କେଶ ମୂଳରେ ସ୍କ୍ରବ କରନ୍ତୁ। ବଜାରରେ ମିଳୁଥିବା ହରବଲ ସ୍କବ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ମୂଳ ପରିଷ୍କାର ରହିଥାଏ। କେଶ ଝଡ଼ିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
କେଶ ପାଇଁ ମାସ୍କ-
କେଶ ପାଇଁ ମାସ୍କର ନିଶ୍ଚୟ ବ୍ୟବହାର କରନ୍ତୁ। ଏହା କେଶକୁ ପୋଷଣ ପ୍ରଦାନ କରିବା ସହ କେଶର ଚମକ ବୃଦ୍ଧି କରିଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories