www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ରେରକ କଥା : ସୁଖମୟ ଜୀବନ ପାଇଁ ଆବଶ୍ୟକ ୪ଟି ଅମୂଲ୍ୟ ରତ୍ନ

ଏକ ଲୋକକଥା ଅନୁଯାୟୀ, ପୁରାତନ କାଳରେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ। ନିଜର ଚତୁରତା କାରଣରୁ ସେ ସମଗ୍ର ଗ୍ରାମରେ ବେଶ ପରିଚିତ ଥିଲେ। ତାଙ୍କର ଗୋଟିଏ ପୁଅ ଥିଲା। ଗାଁର ଲୋକେ ନିଜର ସମସ୍ୟା ନେଇ ବୃଦ୍ଧଙ୍କ ନିକଟକୁ ଆସୁଥିଲେ ଓ ସେ ମଧ୍ୟ ଲୋକଙ୍କୁ ତାଙ୍କ ସମସ୍ୟା ଅନୁଯାୟୀ ସମାଧାନ ରାସ୍ତା ମଧ୍ୟ ଦେଖାଉଥିଲେ। ଏକଦା ବୃଦ୍ଧଙ୍କୁ ଅନୁଭବ ହେଲା ତାଙ୍କ ଶେଷ ସମୟ ଆସିଯାଉଛି। ତେଣୁ ସେ ନିଜ ପୁଅକୁ ନିକଟକୁ ଡ଼ାକି କହିଲେ, ମୁଁ ତୁମକୁ ୪ଟି ରତ୍ନ ଦେବାକୁ ଚାହୁଁଛି, ତାହା ତୁମକୁ ସମସ୍ତ ସମସ୍ୟାରୁ ରକ୍ଷା କରିବ। ତୁମର ମନକୁ ଶାନ୍ତ ରଖିବ। ପୁଅ ଏହା ଶୁଣି କହିଲା ଠିକ ଅଛି ଦିଅନ୍ତୁ।
– ବୃଦ୍ଧ ଜଣଙ୍କ କହିଲେ ପ୍ରଥମ ରତ୍ନ ହେଉଛି କ୍ଷମା। ଘର-ପରିବାର ଓ ଅନ୍ୟ ସମସ୍ତ ସ୍ଥାନରେ କେହି କିଛି କୁହନ୍ତୁ, ତୁମେ ଅନ୍ୟର ଭୁଲ କଥା ପ୍ରତି ଆଦୌ ଧ୍ୟାନ ଦେବ ନାହିଁ। ପ୍ରତିଶୋଧ ନେବାର ଭାବନାକୁ ନିଜ ଠାରୁ ଦୂରେଇ ରଖିବ। ଭୁଲ କରୁଥିବା ଲୋକଙ୍କୁ କ୍ଷମା କରି ଦେବ। ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ଏହି ରତ୍ନକୁ ଅଧିକ କାର୍ଯ୍ୟକାରୀ କରିବ।
– ଦ୍ୱିତୀୟ ରତ୍ନ , ଅନ୍ୟ ପ୍ରତି ଥିବା କ୍ରୋଧକୁ ଭୁଲିବା ସହ ଅନ୍ୟପ୍ରତି କରିଥିବା ଭଲ କାମକୁ ମଧ୍ୟ ଭୁଲିଯିବ। ଯେତେବେଳେ ମଧ୍ୟ ଅନ୍ୟର ଉପକାର କରିବ, ତେବେ ତାହାକୁ ସ୍ମରଣ ରଖିବା ଉଚିତ ନୁହେଁ। ଏହାସହ ଯେଉଁ କଥା ଦୁଃଖ ଦେଇଥାଏ, ତାହାକୁ ମଧ୍ୟ ଭୁଲି ଯାଅ।
– ତୃତୀୟ ରତ୍ନ, ଭଗବାନଙ୍କ ଉପରେ ସର୍ବଦା ବିଶ୍ୱାସ ରଖ। ଯେକୌଣସି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଅଧିକ ପରିଶ୍ରମ ଓ ଭଗବାନଙ୍କ ଆଶୀର୍ବାଦ ନିତ୍ୟାନ୍ତ ଜରୁରୀ। ତେଣୁ ଭଗବାନଙ୍କ ସହ ନିଜ ଉପରେ ମଧ୍ୟ ସର୍ବଦା ବିଶ୍ୱାସ ରଖନ୍ତୁ।
– ଚତୁର୍ଥ ରତ୍ନ, ବୈରାଗ୍ୟ ଭାବନା। ସର୍ବଦା ସ୍ମରଣ ରଖିବ, ଯିଏ ଜନ୍ମ ନେଇଛି, ତା’ର ମୃତ୍ୟୁ ନିଶ୍ଚୟ ହେବ। ମୃତ୍ୟୁ ପରେ କେହି ନିଜ ସହ କିଛି ନେଇ ଯିବେ ନାହିଁ। ତେଣୁ ପ୍ରତ୍ୟେକ ଜିନିଷ ପ୍ରତି ଅତ୍ୟଧିକ ଲୋଭ ଭାବନା ରଖିବା ଉଚିତ ନୁହେଁ।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories