www.samajalive.in
Sunday, December 7, 2025
14.1 C
Bhubaneswar

ଅନ୍ତର୍ଜାତୀୟ ମହିଳା ଦିବସ ; ୨୦ ଜଣ ସଫଳ ମହିଳାଙ୍କୁ ମିଳିଲା ଯୁବା ସାଫଲ୍ୟ ସମ୍ମାନ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ରାଜ୍ୟସ୍ତରୀୟ ମହିଳା ମହୋତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଛି। ଭାରତୀୟ ଏକାଡ଼େମୀ ଏବଂ ଭାରତ ଶରୀର ଓ ଅଙ୍ଗଦାନ ସମିତି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଲିଙ୍ଗଗତ ସମାନତା ପାଇଁ ସରକାରୀ ଓ ବେସରକାରୀ ସଂସ୍ଥାମାନେ ମିଶି ବ୍ୟାପକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି କହିଥିଲେ।
ଏହି ଅବସରରେ ୨୦ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ଥିବା ୨୦ ଜଣ ସଫଳ ମହିଳାଙ୍କୁ  ଯୁବା ସାଫଲ୍ୟ ସମ୍ମାନ -୨୦୨୦ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ମହିଳାମାନେ ହେଲେ ରାଜନୀତିରେ କେନ୍ଦୁଝରର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଚଳଚ୍ଚିତ୍ରରେ ଅର୍ଚ୍ଚିତା ସାହୁ, ପ୍ରଶାସନରେ ତପସ୍ୱିନୀ ଦାସ ( ଦିବ୍ୟାଙ୍ଗ)ଟେଲିଭିଜନରେ ଅଭିନେତ୍ରୀ ଅର୍ପିତା କର, ସମାଜସେବାରେ ଏସିଡ଼ ଉତ୍ତରଜୀବିତା ପ୍ରମୋଦନୀ ରାଉଳ, ବ୍ୟବସାୟରେ ରୁଚି ଶିଳ୍ପର ଶୁଶ୍ରୀ ରଶ୍ମୀ ସାହୁ, ସଂସ୍କୃତି ଓ କଳାରେ କଣ୍ଠଶିଳ୍ପୀ ସସ୍ମିତା ବିଶ୍ୱାଳ, ଶିକ୍ଷାରେ ସହିସ୍ତା ସୁଲତାନା, ପରିବର୍ତ୍ତନ-ବାର୍ତ୍ତାବହରେ ପ୍ରାଣୀପ୍ରେମୀ ପୂରବୀ ପାତ୍ର, ବେତାର ସାମ୍ବାଦିକତାରେ ରେଡ଼ିଓ ଜକି ଅନୁ, ଡ଼ିଜିଟାଲ ମିଡ଼ିଆରେ ବିଭାବରି ରଥ, ନବଭାବର ପ୍ରବର୍ତ୍ତକ ବାଇକାର ସଙ୍ଗୀତା ସାହୁ, କଳା ଓ ହସ୍ତଶିଳ୍ପରେ କଲ୍ୟାଣୀ କଳ୍ପଲତା ଆଚାର୍ଯ୍ୟ, କ୍ରୀଡ଼ାରେ ଚେସ ଚାମ୍ପିୟାନ ଅପରାଜିତା ଗୋଚ୍ଛିକାର, କୃଷିରେ ଜୈବିକ ଚାଷୀ ସୀମା ମିଶ୍ର, ଶିଳ୍ପରେ ଦୁଗ୍ଧ ଉତ୍ପାଦିକା ଜୟନ୍ତୀ ମହାପାତ୍ର, ଟେଲିଭିଜନ ସାମ୍ବାଦିକତାରେ ରୋଜାଲିନ ମିଶ୍ର।
‘ନାଲକୋ ମହିଳା ସମିତି’ର ସଭାନେତ୍ରୀ ସସ୍ମିତା ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଏହି ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଦୂର ଦର୍ଶନର ନିର୍ଦ୍ଦେଶିକା ଡ଼ ଦିପ୍ତୀ ମିଶ୍ର, ମୁଖ୍ୟବକ୍ତା ଭାବେ କାଦମ୍ବିନୀର ସମ୍ପାଦିକା ଇତିରାଣୀ ସାମନ୍ତ, ସ୍ୱତନ୍ତ୍ର ଅତିଥି ଓଲିଉଡ଼ ନାୟିକା ଅର୍ଚ୍ଚିତା ସାହୁ ଏବଂ ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀମତୀ ସୁଜାତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏହାସହ ପୂର୍ବାହ୍ନରେ ସୁଶ୍ରୀ ସାଗରିକା ନାଥ କମିଶନରେଟ୍‍ ପୁଲିସ ମୁଖ୍ୟାଳୟରୁ ଏକ ମହିଳା ବାଇକ ରାଲିର ଶୁଭ ଉଦଘାଟନ କରିଥିଲେ। ସେଠାରେ ଆୟୋଜିତ ଏକ ବୈଠକରେ ମହିଳାମାନଙ୍କ ପ୍ରତି ହିଂସାର ବିଭିନ୍ନ ଦିଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସଙ୍ଗୀତା ସାହୁଙ୍କ ନେତୃତ୍ୱରେ ବାଇକ ଆରୋହୀମାନେ ସହର ପରିକ୍ରମା କରି ଜୟଦେବ ଭବନ ଠାରେ ପହଞ୍ଚି ଥିଲେ। ସେଠାରେ ସଂଯୋଜିକା ରାଜଶ୍ରୀ ଉପାଧ୍ୟୟ ଓ ଅର୍ପିତା ଅପରାଜିତା ପ୍ରମୁଖ ସେମାନଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ। ସୋଆ ବିଶ୍ୱ ବିଦ୍ୟାଳୟର ଏନ ଏସ ଏସ ଛାତ୍ରୀମାନେ ନାଟକ ପ୍ରଦର୍ଶନ କରିଥିବା ବେଳେ ଜିମସାର ନର୍ସିଙ୍ଗ କଲେଜର ଛାତ୍ରୀମାନେ ରଙ୍ଗୋଲି କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories