www.samajalive.in
Sunday, December 7, 2025
23.1 C
Bhubaneswar

ଆର୍ଥିକ ସଙ୍କଟରେ ୟେସ ବ୍ୟାଙ୍କ: ମାସକରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ ଉପରେ କଟକଣା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ବୁଡ଼ିଥିବା ୟେସ ବ୍ୟାଙ୍କ ଉପରେ ନୂଆ କଟକଣା ଲାଗୁ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ବ୍ୟାଙ୍କରୁ ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ ହଜାରକୁ ଧାର୍ଯ୍ୟ କରାଯାଇଛି। ଫଳରେ ଏଣିକି ଖାତାଧାରୀମାନେ ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ। ଏ ନେଇ ଘୋଷଣା ହେବା ପରେ ଜମାକାରୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କେତେକ ସ୍ଥାନରେ ଗୁରୁବାର ରାତି ସାରା ଜମାକାରୀମାନେ ଏଟିଏମରୁ ଟଙ୍କା ଉଠାଇବାକୁ ପ୍ରୟାସ କରିଛନ୍ତି। ଫଳରେ ଏଟିଏମରେ ରାତି ତମାମ୍‌ ଭିଡ଼ ଦେଖିବାକୁ ମିଳିଥିଲା।

ଏହାବ୍ୟତୀତ ଆରବିଆଇ ୟେସ ବ୍ୟାଙ୍କର ନିର୍ଦେଶକ ମଣ୍ଡଳୀର ଅଧିକାରୀମାନଙ୍କୁ ୧ ମାସ ପାଇଁ ନିଲମ୍ବିତ କରିବା ସହିତ ଏହି ସମୟ ପର୍ଯ୍ୟନ୍ତ ଏସବିଆଇର ପୂର୍ବତନ ଡିଏମଡି ତଥା ସିଏଫଓ ପ୍ରଶାନ୍ତ କୁମାରଙ୍କୁ ୟେସ ବ୍ୟାଙ୍କର ପ୍ରଶାସକ ରୂପେ ନିଯୁକ୍ତି ଦେଇଛି। ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ୟେସ୍‌ ବ୍ୟାଙ୍କ ଲଗାତର ଭାବେ ଏନପିଏ ସମସ୍ୟା ଭିତରେ ଗତି କରୁଛି, ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆରବିଆଇ ଦ୍ବାରା ଜାରି ନିର୍ଦେଶନାମା ଅନୁସାରେ, ୟେସ ବ୍ୟାଙ୍କରେ ସେଭିଂସ, କରେଣ୍ଟ ଅଥବା ଅନ୍ୟ କୌଣସି ଜମା ଖାତାରୁ ଏକ ମାସ ମଧ୍ୟରେ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ଉଠାଯାଇ ପାରିବ ନାହିଁ। ଯଦି ବ୍ୟାଙ୍କରେ ଜମାକାରୀଙ୍କର ଗୋଟିଏରୁ ଅଧିକ ଜମା ଖାତା ଅଛି, ତା’ହେଲେ ବି ସେ ୫୦ ହଜାରରୁ ଅଧିକ ଉଠାଇପାରିବେ ନାହିଁ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories