www.samajalive.in
Sunday, December 7, 2025
14.1 C
Bhubaneswar

ଭାରତୀୟଙ୍କ ଆଦରରେ ମୁଁ ବିସ୍ମିତ: ଟ୍ରମ୍ପ

ନୂଆଦିଲ୍ଲୀ: ‘ଭାରତର ଯଶ, ଭାରତୀୟମାନଙ୍କର ଅସାଧାରଣ ଦୟାପୂର୍ଣ୍ଣ ମନୋଭାବ ଏବଂ ସେମାନଙ୍କ ଆଦରରେ ମେଲାନିଆ ଏବଂ ମୁଁ ବିସ୍ମିତ। ଆମେ ଆପଣମାନଙ୍କ ଦ୍ବାରା କରାଯାଇଥିବା ଅତି ଚମତ୍କାର ସ୍ବାଗତକୁ ସର୍ବଦା ମନେ ରଖିବୁ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ଆଲୋଚନା ପରେ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।

ଟ୍ରମ୍ପ କହିଥିଲେ, ଭାରତ ଏବଂ ଆମେରିକା ଆତଙ୍କବାଦ ବିରୋଧରେ ଲଢ଼ିବାକୁ ସହମତ। ଆମେ ଆଜି ଆପାଚି ଏବଂ ଏମଏଚ-୬୦ ରୋମିଓ ହେଲିକପ୍ଟର ସହିତ ଦୁନିଆର ଉତ୍ତମ ଅନନ୍ୟ ଆମେରିକୀୟ ସୈନ୍ୟ ଉପକରଣ ଭାରତକୁ ଯୋଗାଇଦେବା ଲାଗି ୩୦୦ କୋଟି ଡଲାର ଅର୍ଥରାଶିର ଚୁକ୍ତିକୁ ସ୍ବାକ୍ଷରିତ କରିବା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶର ପାରସ୍ପରିକ ସହଯୋଗକୁ ବୃଦ୍ଧି କରିଛୁ। ଏହା ଆମର ମିଳିତ ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବ ବୋଲି ଟ୍ରମ୍ପ କହିଥିଲେ।

- Advertisement -

ଟ୍ରମ୍ପ ମୋଦୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଗତ ୨ ଦିନ, ବିଶେଷ କରି ଗତକାଲି ଷ୍ଟାଡିୟମର କାର୍ଯ୍ୟକ୍ରମ ମୋ ପାଇଁ ବହୁତ ସମ୍ମାନର ବିଷୟ ଥିଲା। ସେଠାରେ ପ୍ରାୟ ୧ ଲକ୍ଷ ୨୫ ହଜାର ଲୋକ ଷ୍ଟାଡିୟମରେ ଥିଲେ। ବୋଧହୁଏ ମୋ ଅପେକ୍ଷା ଆପଣ(ମୋଦୀ)ଙ୍କ ପାଇଁ ଅଧିକ ଲୋକ ଥିଲେ। ପ୍ରତି ଥର ଯେତେବେଳେ ମୁଁ ଆପଣ(ମୋଦୀ)ଙ୍କ ନାମ ନେଉଥିଲି, ସେତେବେଳେ ଲୋକମାନେ ଅତ୍ୟନ୍ତ ଖୁସି ହୋଇ କରତାଳିରେ ମୋ କଥାକୁ ସ୍ବାଗତ କରୁଥିଲେ। ଭାରତର ଲୋକମାନେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଟ୍ରମ୍ପ କହିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories