www.samajalive.in
Friday, December 5, 2025
26.1 C
Bhubaneswar

ପ୍ରଥମ ଦିନର ଭାଷଣରେ ଟ୍ରମ୍ପ କହିଥିଲେ ଏହି ୬ଟି ଭୁଲ୍ ଶବ୍ଦ

ସମାଜ ପୋର୍ଟାଲ ଡେସ୍କ: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଅଭିଭାଷଣ ଦେବା ସମୟରେ ଟ୍ରମ୍ପ ବଲିଉଡ ଜଗତ ଓ କ୍ରିକେଟକୁ ଖୁବ୍ ପ୍ରଶଂସା କରିଥିଲେ। ଶାହାରୁଖ ଖାନ୍ ଏବଂ ଅମିତାଭ ବଚ୍ଚନଙ୍କୁ ମନେ ପକାଇ ସେମାନଙ୍କ ଫିଲ୍ମର ବହୁତ ପ୍ରଶଂସା କରିଥିଲେ। ଏହା ସହ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ଟ୍ରମ୍ପ ନିଜ ଅଭିଭାଷଣ ମଧ୍ୟରେ କେତୋଟି ଶବ୍ଦକୁ ଭୁଲ ଉଚ୍ଚାରଣ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଆସନ୍ତୁ ଜାଣିବା କ’ଣ ସେହି ଶବ୍ଦ ଯାହାକୁ ଟ୍ରମ୍ପ ଭୁଲ ଉଚ୍ଚାରଣ କରିଥିଲେ।

ସ୍ବାମୀ ବିବେକାନନ୍ଦଙ୍କ ନାମକୁ ଟ୍ରମ୍ପ ବିବେକାମନମ ବୋଲି କହିଥିଲେ। ପ୍ରାଚୀନ ଶାସ୍ତ୍ର ବେଦକୁ ସେ ବେସ୍ତସ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିନ୍ଦୀରେ ଚାଇୱାଲା କହିବାକୁ ଯାଇ ଚିୱାଲା କହିଥିଲେ। ସେହିପରି କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ସୁଚିନ ତେନ୍ଦୁଲକର ଏବଂ ବିରାଟ କୋହଲୀଙ୍କୁ ବିରାଟ କୋଲି ବୋଲି କହିଥିଲେ। ଏହା ସହ ଶୋଲେ ପିଲ୍ମକୁ ଶୋଜେ ବୋଲି ଉଚ୍ଚାରଣ କରିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories