www.samajalive.in
Friday, December 5, 2025
27.1 C
Bhubaneswar

୫ ହଜାର ପାଇଁ ବନ୍ଧା ହେଲେ ବଡ଼ବିଲ ଅତିରିକ୍ତ ରାଜସ୍ୱ ନିରୀକ୍ଷକ

ବଲାଣି: କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ରାଜସ୍ବନିରୀକ୍ଷକ ରାମେଶ୍ବର ମାରାଣ୍ଡିଙ୍କୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ, ଏହି ତହସିଲ ଅନ୍ତର୍ଗତ କରାକୋଲା ଗ୍ରାମର ଜକ୍ରିଏସ କିସ୍ପଟ୍ଟା ନାମକ ବ୍ୟକ୍ତି ତାଙ୍କର ଜମି ଚିହ୍ନଟ ପାଇଁ ବିଗତ ଦୁଇ ମାସ ତଳେ ଆବେଦନ କରିଥିଲେ। ତେବେ ଜମି ଚିହ୍ନଟ ପାଇଁ ଅତିରିକ୍ତ ରାଜସ୍ବ ନିରୀକ୍ଷକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ବାବଦରେ ଜକ୍ରିଏସ କେନ୍ଦୁଝର ଜିଲ୍ଲାର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ଆଜି ଭିଜିଲାନ୍ସ ଡିଏସପି ଦେବଦତ୍ତ ସିଂ ଯୋଜନା ମୁତାବକ ରାଜସ୍ବ କାର୍ଯ୍ୟାଳୟରେ ପହଞ୍ଚି ନିରୀକ୍ଷକ ରାମେଶ୍ୱର ମାରାଣ୍ଡି ଲାଞ୍ଚ ନେବା ବେଳେ ଧରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories