www.samajalive.in
Saturday, December 6, 2025
15.1 C
Bhubaneswar

ଦିଲ୍ଲୀ ଆମେରିକା ଦୂତାବାସରେ ଟ୍ରମ୍ପ – କହିଲେ ମୁଁ ଜିତିଲେ, ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧି ଘଟିବ

ସମାଜ ପୋର୍ଟାଲ ଡେସ୍କ: ଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଶିଳ୍ପପତିମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏଭଳି ଆଲୋଚନା ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇ ନଥିଲେ ମଧ୍ୟ ସେମାନଙ୍କୁ ନିରାଶ ନକରି ଟ୍ରମ୍ପ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଯଦି ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଜିତିବେ, ବାଣିଜ୍ୟ କ୍ଷେତ୍ରରେ ଏକ ନୂଆ ଅଭିବୃଦ୍ଧି ଘଟିବ। ସେ କହିଛନ୍ତି ଅଶୋଧିତ ତୈଳ ଦର ବୃଦ୍ଧି ଘଟିଛି ଏବଂ ଦୈନିକ ୨୫ ହଜାରରୁ ଅଢେଇ ଲକ୍ଷକୁ ବୃଦ୍ଧି ଘଟିଛି। ସେ କହିଛନ୍ତି, ସରକାର କେବଳ ରୋଜଗାର ସୃଷ୍ଟି ଦିଗରେ ସହାୟତା କରିପାରିବେ କିନ୍ତୁ ଘରୋଇ କ୍ଷେତ୍ର ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ଆବଶ୍ୟକ।

ସମ୍ପ୍ରତି କରୋନା ଭୁତାଣୁ ସଂକ୍ରମଣ ପ୍ରସଙ୍ଗରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଆମେରିକା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଚୀନ ଏହି ସଂକ୍ରମଣ ରୋକିବା ପାଇଁ ସମସ୍ତ ଉଦ୍ୟମ କରୁଥିବା ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି ଯେ ଭାରତ ସହ ପ୍ରତିରକ୍ଷା ସହଯୋଗ କ୍ଷେତ୍ର ପାଇଁ ୩ ବିଲିଅନ ଡଲାରରୁ ଅଧିକ ଚୁକ୍ତି ହୋଇଛି ଯାହା ଫଳରେ ଆମେରିକା ସେନା ଉପକରଣ ଭାରତୀୟ ସେନାକୁ ସୁଦୃଢ କରିବ।

- Advertisement -

ସେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସ୍ଥିରତା ଓ ତାହାର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଆଗାମୀ ଦିନରେ ଆମେରିକା ଆନ୍ତର୍ଜାତିକ ଅର୍ଥନୈତିକ ବିକାଶ ସହଯୋଗର ଏକ ସ୍ଥାୟୀ କାର୍ଯ୍ୟାଳୟ ଭାରତରେ ସ୍ଥାପନ କରାଯିବ। ତେବେ ଉଭୟ ଭାରତ ଓ ଆମେରିକା ମିଳିତ ଭାବେ ଆତଙ୍କବାଦର ମୁକାବିଲା ସହ ବିକାଶକୁ ପ୍ରାଥମିକତା ଦେଉଥିବା ଟ୍ରମ୍ପ କହିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories