www.samajalive.in
Saturday, December 6, 2025
16.1 C
Bhubaneswar

ରାଷ୍ଟ୍ରପତି ଭବନରେ ଟ୍ରମ୍ପ ଦମ୍ପତିଙ୍କ ରାତ୍ରିଭୋଜନ; ମେନୁ ରେ ରହିଛି ଏହି ଖାଦ୍ୟ

ସମାଜ ପୋର୍ଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିୟା ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାତ୍ରି ଭୋଜନ କରିବେ। ଟ୍ରମ୍ପ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାମନାଥ କୋବିନ୍ଦ ତାଙ୍କୁ ସ୍ବାଗତ କରିବେ। ଏହି ରାତ୍ରି ଭୋଜନରେ ପ୍ରାୟ ୯୦ରୁ ୧୦୦ ଜଣ ଅତିଥି ସାମିଲ ହେବେ ବୋଲି ଜଣାପଡିଛି। ଏହି ଅବସରରେ ଉଭୟ ହିନ୍ଦୀ ଓ ଇଂରେଜୀ ଭାଷାରେ ଗୀତ ପରିବେଷଣ କରାଯିବ।

ସେହିପରି ସମସ୍ତ ଖାଦ୍ୟ ବ୍ୟଞ୍ଜନରେ ଉଭୟ ଭାରତୀୟ ଓ ଆମେରିକୀୟ ମସଲା ବ୍ୟବହାର କରାଯାଇଛି। ଯାହା ଦ୍ବାରା ଅତିଥିଙ୍କୁ ଉଭୟ ଦେଶର ଖାଦ୍ୟ ଟେଷ୍ଟ ମିଳିବ। ସେଫ୍ ମୋଣ୍ଟୁ ସୌନୀ ନିଜ ଟିମ୍ ସହ ଅତିଥିଙ୍କୁ ଖାଦ୍ୟ ପରଷିବେ।

- Advertisement -

ରାତ୍ରି ଭୋଜନର ଷ୍ଟାର୍ଟର ବ୍ୟଞ୍ଜନକୁ ସୁନେଲୀ ରଙ୍ଗର ପତ୍ରରେ ସଜା ଯାଇ ପରଷାଯିବ। ଏଥିରେ ଲେମ୍ବୁ ଧନିଆ ସୁପ୍, ମାଛ ଟିକ୍କା ଆଦି ଖାଦ୍ୟ ସାମିଲ ରହିବ। ରାଷ୍ଟ୍ରପତି ଭବନର ଟ୍ରେଡମାର୍କ ବ୍ୟଞ୍ଜନ ଡାଲ ରାୟସୀନା ଏବଂ କିଛି ଗ୍ରେଭି ବ୍ୟଞ୍ଜନ ରାତ୍ରି ଭୋଜନ ତାଲିକାରେ ରହିଛି।

ନିରାମିଷ ଖାଦ୍ୟରେ ଦମ ଗୁଚ୍ଚୀ ମଟର, ଛତୁ, ମିଣ୍ଟ ରାୟତା ଏବଂ ବିରିୟାନୀ ସାମିଲ ରହିଛି। ସେହିପରି ଅମିଷ ବ୍ୟଞ୍ଜନରେ ବିରିୟାନୀ ମଧ୍ୟ ରହିଛି। ରାତ୍ରି ଭୋଜନ ଶେଷରେ ଅତିଥିଙ୍କୁ ମିଠା ଭାବରେ ମାଲପୁଆ ଏବଂ ରାବିଡି ଦିଆଯିବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories