www.samajalive.in
Saturday, December 6, 2025
14.1 C
Bhubaneswar

ହାପିନେସ୍‌ କ୍ଲାସରେ ମେଲାନିୟା ଟ୍ରମ୍ପ; ଫୁଲ, ଚନ୍ଦନ ଦେଇ ସ୍ବାଗତ କଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସ୍କୁଲଗୁଡ଼ିକରେ ଚାଲୁଥିବା ହାପିନେସ୍‌ କ୍ଲାସକୁ ଦେଖିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିୟା ଟ୍ରମ୍ପ ମଙ୍ଗଳବାର ମୋତିବାଗସ୍ଥିତ ସରକାରୀ ମାଧ୍ୟମିକ ସ୍କୁଲରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା କ୍ଷଣି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଛାତ୍ରୀମାନେ ମେଲାନିୟାଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ। ମେଲାନିୟାଙ୍କ ଗସ୍ତ ପାଇଁ ସ୍କୁଲକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଇଥିବା ଦେଖିବାକୁ ମିଳିଥିଲା।

ମେଲାନିୟା ପ୍ରାୟ ୪୦ରୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହିତ ସମୟ କାଟିବେ। ଏହି ସମୟରେ ‘ହାପିନେସ୍‌ କ୍ଲାସ’ ହେବ। ହାପିନେସ କ୍ଲାସରେ କେତେ ପିଲା ଉପସ୍ଥିତ ରହିବେ ଏବଂ ମେଲାନିୟା ସେମାନଙ୍କ ସହିତ କ’ଣ କଥା ହେବେ ତାହାକୁ ଗୁପ୍ତ ରଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories