www.samajalive.in
Saturday, December 6, 2025
26.1 C
Bhubaneswar

ହାଇଦ୍ରାବାଦ ହାଉସରେ ମୋଦୀ-ଟ୍ରମ୍ପ ଆଲୋଚନା: ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି। ଦୁଇଦେଶର ପ୍ରତିନିଧି ପ୍ରତିରକ୍ଷା ଚୁକ୍ତି ଉପରେ ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଫଳରେ ଆମେରିକା ଭାରତକୁ ଅତ୍ୟାଧୁନିକ ସାମରିକ ଉପକରଣ ଯୋଗାଇଦେବ। ଏହା ବ୍ୟତୀତ ଖୁବ୍‌ଶୀଘ୍ର ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନେଇ ଆଲୋଚନା ଆରମ୍ଭ ହେବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନାରୁ ଜଣାପଡ଼ିଛି।

ହାଇଦ୍ରାବାଦ ହାଉସରେ ଆଲୋଚନା ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ମୋଦୀ କହିଥିଲେ, ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଭାଗିଦାରି ହେବ। ସେଥିଲାଗି ଟ୍ରମ୍ପ ଏବଂ ମୁଁ ଆମ ସମ୍ପର୍କକୁ କମ୍ପ୍ରିହେନଶିଭ୍‌ ଗ୍ଲୋବାଲ ଷ୍ଟାଟେଜିକ ପାର୍ଟନରଶିପ ସ୍ତରକୁ ନେବା ଲାଗି ନିଷ୍ପତ୍ତି ନେଇଛୁ। ନିଶାଦ୍ରବ୍ୟ ଚାଲାଣ, ଆତଙ୍କବାଦ ଏବଂ ସଂଗଠିତ ଅପରାଧ ଭଳି ଗମ୍ଭୀର ସମସ୍ୟାଗୁଡ଼ିକ ସମ୍ପର୍କରେ ଏକ ନୂଆ ମେକାନିଜିମ ଆଣିବା ଲାଗି ଦୁଇ ଦେଶ ମଧ୍ୟରେ ସହମତି ହୋଇଛି। ତୈଳ ଏବଂ ଗ୍ୟାସ୍‌ କ୍ଷେତ୍ରରେ ଆମେରିକା ଭାରତର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଉତ୍ସ ହୋଇଛି। ଏହି କ୍ଷେତ୍ରରେ ଆମର ନିବେଶ ମଧ୍ୟ ବଢ଼ିଛି। ଖୁବ୍‌ଶୀଘ୍ର ଏକ ବଡ଼ ବାଣିଜ୍ୟିକ ଚୁକ୍ତି ଉପରେ ଆମେ ଆଲୋଚନା କରିବୁ।

- Advertisement -

ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ମୋଦୀ ଟ୍ରମ୍ପ ଏବଂ ତାଙ୍କ ପ୍ରତିନିଧିମଣ୍ଡଳଙ୍କୁ ସ୍ବାଗତ କରିଥିଲେ। ମୋଦୀ କହିଥିଲେ ଟ୍ରମ୍ପ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଆସିଥିବାରୁ ଏକ ସ୍ବତନ୍ତ୍ର ପ୍ରକାର ଖୁସି ଅନୁଭବ ହେଉଛି। ଏଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। ଗତ ୮ମାସରେ ଟ୍ରମ୍ପ ଏବଂ ମୋ ମଧ୍ୟରେ ଏହା ୫ମ ସାକ୍ଷାତ। ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ସର୍ବଦା ସ୍ମରଣୀୟ ରହିବ। ଏହା ସ୍ପଷ୍ଟ ହୋଇଛି ଯେ ଆମେରିକା ଏବଂ ଭାରତର ସମ୍ପର୍କ କେବଳ ଦୁଇ ସରକାର ମଧ୍ୟରେ ନାହିଁ, ଉଭୟ ଦେଶର ବାସିନ୍ଦାଙ୍କ ଉପରେ ଆଧାରିତ। ଆଜି ଆମ ମଧ୍ୟରେ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟିକ ସମ୍ପର୍କ ଉପରେ ଆଲୋଚନା ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories