www.samajalive.in
Sunday, December 7, 2025
14.1 C
Bhubaneswar

ହିଂସା ଘଟାଇବାକୁ ବାହାରୁ ଆସୁଛନ୍ତି ଲୋକ, ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ମିଳୁ : କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁହଁ ଖୋଲିଛନ୍ତି। ମଙ୍ଗଳବାର ବିଧାୟକ ଓ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ ପରେ କେଜରିୱାଲ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁ ହିଂସା ହେଉଛି ତାହା ଠିକ୍ ନୁହେଁ। କେହି ବି ଏହି ହିଂସାର ଶିକାର ହୋଇପାରନ୍ତି। ହସ୍ପିଟାଲ ଓ ଦମକଳ ବାହିନୀ ସଜାଗ ରହିଛନ୍ତି। ଦିଲ୍ଲୀବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ କେଜରିୱାଲ ଅନୁରୋଧ କରିଛନ୍ତି।ଦମକଳ ବିଭାଗ କର୍ମଚାରୀ ପୁଲିସ ସହ ତାଳ ଦେଇ କାର୍ଯ୍ୟ କରୁଛନ୍ତି। ହିଂସା ସମୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତଳ ସ୍ତରର ପୁଲିସ କର୍ମୀଙ୍କ ଅଧିକାର ନାହିଁ। ଏଥିପାଇଁ ଉଚ୍ଚପଦସ୍ତ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡିଥାଏ ଏବଂ ସେମାନଙ୍କୁ ଅନୁମତି ମିଳିଯିବା ଆବଶ୍ୟକ ବୋଲି କେଜରିୱାଲ କହିଛନ୍ତି।

ଏହା ସହ କେଜରିୱାଲ ଆହୁରି କହିଛନ୍ତି ଯେ, ଗତ କିଛି ଦିନ ହେବ ଦିଲ୍ଲୀର କିଛି ଅଞ୍ଚଳରେ ହିଂସା ଲାଗି ରହିଛି। ଏହା ଚିନ୍ତାର ବିଷୟ। ହିଂସା ଦ୍ବାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ। ହିଂସା ଘଟାଇବା ପାଇଁ ବାହାରୁ ଲୋକ ଆସୁଛନ୍ତି ବୋଲି କେଜରିୱାଲ ଅଭିଯୋଗ କରିଛନ୍ତି। ତେଣୁ ଦିଲ୍ଲୀ ସୀମାନ୍ତକୁ ସିଲ୍ କରିବା ପାଇଁ ସେ ବୈଠକ ଆଲୋଚନା କରିଛନ୍ତି।

- Advertisement -

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories