www.samajalive.in
Friday, December 5, 2025
23.1 C
Bhubaneswar

ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ପ୍ରଥମ ଇନ୍‌ସୁଲିନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ଥର ପାଇଁ ଇନସୁଲିନ ଦିଆଯାଇଛି। କେଜ୍ରିୱାଲ ମଧୁମେହ ରୋଗରେ ପୀଡ଼ିତ ଏବଂ ତାଙ୍କୁ ଇନ୍‌ସୁଲିନ ଦେବା ପାଇଁ ସେ ଅନେକ ଥର ଆବେଦନ କରିଥିଲେ ହେଁ ତାହା ପ୍ରଦାନ କରାଯାଉ ନ ଥିବା ଅମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲା। ଏହାକୁ ନେଇ ଆପ୍‌ ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିଲା।

କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବା ପରେ ତାଙ୍କୁ ପ୍ରଥମ ଥର ପାଇଁ ଏହି ଇନ୍‌ସୁଲିନ ଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଇନ୍‌ସୁଲିନ ଦିଆଯିବା ସମୟରେ ତାଙ୍କ ରକ୍ତରେ ସର୍କରା ସ୍ତର ୩୨୦ ରହିଥିଲା ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ତିହାର ଜେଲରେ କେଜ୍ରିୱାଲଙ୍କୁ ଇନସୁଲିନ ଦେବା ପ୍ରସଙ୍ଗରେ ଆପ୍‌ର ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକର୍ତ୍ତାମାନେ ଜେଲ ବାହାରେ ଇନ୍‌ସୁଲିନ ଧରି ପ୍ରଶାସନ ବିରୋଧରେ ସାଙ୍କେତିକ ଧାରଣା ଦେଇଥିଲେ।

- Advertisement -

ଗତ ସୋମବାର କେଜ୍ରିୱାଲ ତିହାର ଜେଲ୍‌ ଅଧୀକ୍ଷକଙ୍କୁ ଚିଠି ଲେଖି ତାଙ୍କ ସମ୍ପର୍କରେ ଜେଲ ପ୍ରଶାସନ ଦେଉଥିବା ମନ୍ତବ୍ୟ ମିଥ୍ୟା ବୋଲି ଅଭିଯୋଗ କରିଥିଲେ। ସେ ପ୍ରତିଦିନ ଇନ୍‌ସୁଲିନ ମାଗୁଛନ୍ତି, କିନ୍ତୁ ତାଙ୍କୁ ଦିଆଯାଉ ନାହିଁ ବୋଲି କେଜ୍ରିୱାଲ ଚିଠିରେ ଦର୍ଶାଇଥିଲେ। ସେ ଜେଲ୍‌ ପ୍ରଶାସନକୁ ଗ୍ଲୁକୋ ମିଟର ରିଡିଂ ଦେଖାଇବା ସହିତ ଦିନକୁ ୩ ଥର ସୁଗାର ସ୍ତର ବୃଦ୍ଧି ପାଉଥିବା ଜଣାଇଛନ୍ତି। ତାଙ୍କ ରକ୍ତରେ ସୁଗାର ସ୍ତର ୨୫୦ରୁ ୩୨୦ ମଧ୍ୟରେ ରହୁଛି। କିନ୍ତୁ ମୁଁ ଇନ୍‌ସୁଲିନ ମାଗି ନ ଥିବା ନେଇ ଜେଲ ପ୍ରଶାସନ ମିଥ୍ୟା କହୁଛି ବୋଲି କେଜ୍ରିୱାଲ ଚିଠିରେ ଉଲ୍ଳେଖ କରିଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories