www.samajalive.in
Saturday, December 6, 2025
15.1 C
Bhubaneswar

ଚର୍ଚ୍ଚାରେ ଅନନ୍ତ-ରାଧିକାଙ୍କ ବିବାହ: କେବେ ଏବଂ କେଉଁଠି ହେବ ଜାଣନ୍ତୁ….

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଆସନ୍ତା ଜୁଲାଇରେ ଲଣ୍ଡନର ଷ୍ଟୋକ୍‌ ପାର୍କରେ ଆୟୋଜିତ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଗୁଜରାଟର ଜାମନଗରରେ ଅନନ୍ତ-ରାଧିକାଙ୍କ ପ୍ରାକ୍‌ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ବିଶ୍ବସ୍ତରରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ପ୍ରାକ୍‌ ବିବାହ ଉତ୍ସବରେ ହଲିଉଡ୍‌ ଓ ବଲିଉଡ୍‌ର ଏକାଧିକ ତାରକା କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ବିଶ୍ବର ଅନେକ ଖ୍ୟାତନାମା ଶିଳ୍ପପତି ଓ ବ୍ୟବସାୟୀ ଉପସ୍ଥିତ ଥିଲେ। ତେବେ ଜୁଲାଇରେ ହେବାକୁ ଥିବା ବିବାହ ଉତ୍ସବ ଆହୁରି ଆକର୍ଷଣୀୟ ହେବ ବୋଲି ଜଣାପଡ଼ିଛି। ବିବାହ ଉତ୍ସବ ପାଇଁ ସମସ୍ତ ଆୟୋଜନ ଅନନ୍ତଙ୍କ ମା’ ନୀତା ଅମ୍ବାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେଉଛି। ଇତିମଧ୍ୟରେ ବିବାହ ନିମନ୍ତ୍ରଣପତ୍ର ବଲିଉଡ୍‌ର ଏକାଧିକ ତାରକାଙ୍କ ନିକଟରେ ପହଞ୍ଚି ସାରିଛି। ବିବାହ ଉତ୍ସବରେ ଶାହାରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନଙ୍କ ପରିବାର, ରଣବୀର କାପୁର, ଦୀପିକା ପାଦ୍ୟୁକନ୍‌, ଅନୁଷ୍କା ଶର୍ମା ଓ ତାଙ୍କ ସ୍ବାମୀ କ୍ରିକେଟ ତାରକା ବିରାଟ କୋହଲି, ଆଲିୟା ଭଟ୍ଟ, ରଣବୀର କାପୁର, କଟ୍ରିନା କୈଫ୍‌ ପ୍ରମୁଖଙ୍କୁ ବିବାହ ନିମନ୍ତ୍ରଣପତ୍ର ପଠାଯାଇଥିବା ଜଣାପଡ଼ିଛି। ବିବାହ ଉତ୍ସବ ନିମନ୍ତେ ଦେଶବିଦେଶର ସ୍ବାଦିଷ୍ଟ ଖାଦ୍ୟ, ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋର୍‌ ଆଗେଇ ଚାଲିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories