www.samajalive.in
Monday, December 15, 2025
26.1 C
Bhubaneswar

ତିହାର ଜେଲ ପ୍ରଶାସନ ମିଛ କହୁଛି, ମୁଁ ପ୍ରତିଦିନ ଇନସୁଲିନ ମାଗୁଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧୁମେହ ରୋଗ ଏବଂ ଇନସୁଲିନକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହା ମଧ୍ୟରେ ନିଜେ କେଜ୍ରିୱାଲ ମୁହଁ ଖୋଲିଛନ୍ତି। ସେ ତିହାର ଜେଲ୍‌ ଅଧୀକ୍ଷକଙ୍କୁ ଏକ ଚିଠି ଲେଖି ତାଙ୍କ ସମ୍ପର୍କରେ ଜେଲ ପ୍ରଶାସନ ଦେଉଥିବା ମନ୍ତବ୍ୟ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି। ସେ ପ୍ରତିଦିନ ଇନ୍‌ସୁଲିନ ମାଗୁଛନ୍ତି, କିନ୍ତୁ ତାଙ୍କୁ ଦିଆଯାଉ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ, ସେ ଖବରକାଗଜରୁ ତିହାର ଜେଲ ପ୍ରଶାସନର ମନ୍ତବ୍ୟ ପଢ଼ିବା ପରେ ଅତ୍ୟନ୍ତ ଦୁଃଖ ଅନୁଭବ କରୁଛନ୍ତି। ଜେଲ ପ୍ରଶାସନର ୨ଟି ଯାକ ମନ୍ତବ୍ୟ ମିଥ୍ୟା। ସେ ଜେଲ୍‌ ପ୍ରଶାସନକୁ ଗ୍ଲୁକୋ ମିଟର ରିଡିଂ ଦେଖାଇବା ସହିତ ଦିନକୁ ୩ ଥର ସୁଗାର ସ୍ତର ବୃଦ୍ଧି ପାଉଥିବା ଜଣାଇଛନ୍ତି। ତାଙ୍କ ରକ୍ତରେ ସୁଗାର ସ୍ତର ୨୫୦ରୁ ୩୨୦ ମଧ୍ୟରେ ରହୁଛି। କିନ୍ତୁ ମୁଁ ଇନ୍‌ସୁଲିନ ମାଗି ନ ଥିବା ନେଇ ଜେଲ ପ୍ରଶାସନ ମିଥ୍ୟା କହିଛି। ସେହିପରି ଏମ୍‌ସ ଡାକ୍ତରମାନେ ମୋ ସ୍ବାସ୍ଥ୍ୟ ପ୍ରତି ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କଦାପି କହିନାହାନ୍ତି। ଏ ସମ୍ପର୍କରେ ବି ଜେଲ ପ୍ରଶାସନ ମିଛ କହିଛି। ରାଜନୈତିକ ଚାପରେ ପ୍ରଶାସନ ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories