www.samajalive.in
Friday, December 5, 2025
26.1 C
Bhubaneswar

ସଫାରୀ ଭ୍ୟାନ ଭିତରେ ମଣିଷ: ବାହାରେ ଘେରିଗଲେ ୩ରୁ ୪ଟି ସିଂହ

ନୂଆଦିଲ୍ଲୀ: ଦୁନିଆରେ ସବୁଠାରୁ ହିଂସ୍ର ପ୍ରାଣୀ ମଧ୍ୟରେ ସିଂହ ଅନ୍ୟତମ। ଏହି ପ୍ରାଣୀ ମଣିଷକୁ ଜୀବନ୍ତ ଭାବରେ ଖାଇଥାଏ। ଛୋଟ ପ୍ରାଣୀଙ୍କ ଠାରୁ ଆରମ୍ଭ କରି ଶକ୍ତିଶାଳୀ ପଶୁ ଏବଂ ମଣିଷ ପର୍ଯ୍ୟନ୍ତ ଏହାର ଗର୍ଜନ ଦ୍ୱାରା ଭୟଭୀତ ହୁଅନ୍ତି। ବୋଧହୁଏ ସେଥିପାଇଁ ସିଂହକୁ ଜଙ୍ଗଲର ରାଜା ମଧ୍ୟ କୁହାଯାଏ। ମଣିଷ ମାନେ ଅନେକ ସମୟରେ ସିଂହ ଭଳି ହିଂସ୍ର ପଶୁ ସହ ମଧ୍ୟ ଖେଳିବାକୁ ଭଲ ପାଆନ୍ତି। ସିଂହ ନିକଟକୁ ଯାଇ କିଏ ଫଟୋ ଉଠାଇବାକୁ ପ୍ରୟାସ କରିଥାନ୍ତି। କିନ୍ତୁ ଏହାଦ୍ୱାରା ବିପଦରେ ପଡିଥାଏ ମଣିଷ। ଫଳରେ ସିଂହ ମଣିଷକୁ ସହଜରେ ଶିକାର କରିଥାଏ। ଅନେକ ସମୟରେ ସିଂହକୁ ଏଥିପାଇଁ ପିଞ୍ଜରା ଭିତରେ ବନ୍ଦ କରି ରଖାଯାଏ। ଭାଇରାଲ ହେଉଥିବା ଏହି ଭିଡ଼ିଓରେ କିନ୍ତୁ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ସଫାରୀ ଭ୍ୟାନ ବାହାରେ ସିଂହ ଘେରି ରହିଥିବା ବେଳେ ମଣିଷ ସବୁ ଭିତରେ ବନ୍ଦୀ ହୋଇଛନ୍ତି।


ସଫାରୀ ଭ୍ୟାନ ଭିତରେ ଲୋକମାନେ ଥିବାବେଳେ ଜଣେ ବ୍ୟକ୍ତି ଭ୍ୟାନ ଉପରେ ଚଢିଥିବା ଭିଡ଼ିଓରେ ଦୃଶ୍ୟମାନ ହେଉଛି। ଏହି ସମୟରେ ୩ରୁ ୪ଟି ସିଂହ ଆସି ଭ୍ୟାନଟିକୁ ଚାରିପଟୁ ଘେରିଛନ୍ତି। ପ୍ରାଣୀ ଉଦ୍ୟାନ ପାର୍କରେ ଏହି ଭ୍ୟାନରେ ଲୋକମାନେ ଏକାଠି ବୁଲୁଥିଲେ। ଗୋଟିଏ ସ୍ଥାନରେ ଭ୍ୟାନଟି ଛିଡା ହୋଇଥିବା ବେଳେ ହଠାତ୍‌‌ ସିଂହ ସବୁ ଆସି ଘେରି ଯିବା ସହ ଗର୍ଜନ କରି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଭ୍ୟାନ ଭିତରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଭ୍ୟାନ ଉପରେ ଥିବା ବ୍ୟକ୍ତି ଜଣକ ସିଂହକୁ ଘଉଡାଇବାକୁ ବାରମ୍ବାର ପ୍ରୟାସ କରିଥିଲେ। ଦେଖନ୍ତୁ କିଭଳି ଥିଲା ସେହି ସମୟର ଦୃଶ୍ୟ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories