www.samajalive.in
Friday, December 5, 2025
27.1 C
Bhubaneswar

କେଜ୍ରିୱାଲଙ୍କ ହାଜତ ମିଆଦ ମେ ୭କୁ ବୃଦ୍ଧି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହାଜତ ମିଆଦ ଆସନ୍ତା ମେ ୭ ତାରିଖକୁ ବୃଦ୍ଧି କରାଯାଇଛି। ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମଙ୍ଗଳବାର କେଜ୍ରିୱାଲଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ. କବିତା ଏବଂ ଗୋଆ ନିର୍ବାଚନ ପାଇଁ ନିଯୁକ୍ତ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ପାଣ୍ଠି ପରିଚାଳକ ଚନପ୍ରୀତ ସିଂହଙ୍କ ହାଜତ ମିଆଦକୁ ମଧ୍ୟ ବୃଦ୍ଧି କରିଛନ୍ତି।

ମାମଲାର ଶୁଣାଣି ସମୟରେ ଅଭିଯୁକ୍ତମାନଙ୍କୁ ଭର୍ଚୁଆଲ କନ୍‌ଫରେନ୍ସ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ, ଗତକାଲି ଆପ୍‌ ଆବାହକଙ୍କ ପକ୍ଷରୁ କୋର୍ଟରେ ପିଟିଶନ ଦାୟର କରାଯାଇ କେଜ୍ରିୱାଲଙ୍କୁ ଦୈନିକ ୧୫ ମିନିଟ ସ୍ତ୍ରୀ ସୁନୀତାଙ୍କ ଉପସ୍ଥିତିରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସୁଯୋଗ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏହାକୁ କୋର୍ଟ ଖାରଜ କରିଦେଇଥିଲେ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories