www.samajalive.in
Friday, December 5, 2025
23.1 C
Bhubaneswar

କଂଗ୍ରେସର ‘ପାନ ଭଣ୍ଡାର’ କାର୍ଯ୍ୟକ୍ରମ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଛା। ପ୍ରଚାରରେ ମାଇଲେଜ୍‌ ନେବା ପାଇଁ ସବୁ ଦଳ ଆପଣାଉଛନ୍ତି ଭିନ୍ନ କୌଶଳ। ବିଜେଡି ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଥିବାବେଳେ ବିଜେପି ପକ୍ଷରୁ ଆସନ୍ତା ୨୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତେବେ ଏହି ଦୁଇ ହେଭିୱେଟ୍‌ଙ୍କ ପ୍ରଚାରକୁ ନଜରରେ ରଖି କଂଗ୍ରେସ ଆରମ୍ଭ କରିଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଯାହାର ନାଁ ଦେଇଛି ‘ପାନ ଭଣ୍ଡାର’ ।

ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନ ନିକଟରେ ମଙ୍ଗଳବାର ଏହି ପାନ ଭଣ୍ଡାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ଦଳ। କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ଓଡ଼ିଶାବାସୀଙ୍କୁ ଦୁର୍ନୀତିର ପାନ ଖୁଆଇ ଲୁଟୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। ନିର୍ବାଚନୀ ବଣ୍ଡ, ଖଣି, କୋଭିଡ୍‌, ଚାରାରୋପଣ ଆଦି କ୍ଷେତ୍ରରେ ଦୁର୍ନୀତି କରି ଉଭୟ ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ହଡ଼ପ କରିଥିବା କୁହାଯାଇଛି। ଏଥିରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର, କଟକ ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି ଓ ବିଜେଡି ସରକାରଙ୍କ ଦୁର୍ନୀତି ବିଷୟରେ ଜନସାଧାରଣଙ୍କୁ ସଚେନତ କରାଇବାକୁ ଉଦ୍ୟମ କରାଯାଇଥିବା ନେତାମାନେ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories